No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ର ପୁରୁଣା କାଚରାମାଳ ଗ୍ରାମ ନିକଟରେ ଥିବା କୁଆଖାଇ ନଦୀର ଚନ୍ଦନ ଘାଟରେ ଶୁକ୍ରବାର ସନ୍ଧ୍ୟାରେ ଲକ୍ଷେଶ୍ଵର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖର ଙ୍କୁ ମନ୍ଦିରର ସାନ୍ଧ୍ୟ ଆଳତି ସରିବା ପରେ ଏକ ସୁ ସଜିତ ବିମାନରେ ବସାଇ ପୁରୁଣା କାଚରାମାଳ ସ୍ଥିତ ଚନ୍ଦନ ଘାଟକୁ ଅଣାଯାଇଥିଲା ।
ସେଠାରେ ପୂର୍ବରୁ ରଖି ଯାଇଥିବା ନୈ।କାକୁ ପୂଜା କରାଯିବା ପରେ ଚନ୍ଦ୍ରଶେଖର ଙ୍କ ଚଳନ୍ତି ପ୍ରତିମାକୁ ନୈ।କାରେ ବସାଇ କୁଆଖାଇ ନଦୀ ଜଳରେ ଦିନ ଚାପ କରାଯାଇଥିଲା । ପରେ ପରେ ନୈ।କାରୁ ନିଆଯାଇ ନଦୀ ଜଳରେ ନିର୍ମିତ ମେଣ୍ଢା କୁଡ଼ିଆରେ ଅବସ୍ଥାନ କରାଯାଇ ହଳଦୀ ଚନ୍ଦନ,
ଅଗୁରୁ ପାଣିରେ ସ୍ନାନ କରାଯାଇ ପାରମ୍ପରିକ ରିତିନିତିରେ ପୂଜା କରାଯିବା ପରେ ପୁଣି ଥରେ ନୈ।କାରେ ବସାଇ ରାତି ଚାପ କରାଯାଇଥିଲା । ଚାପ ସରିବା ପରେ ଚନ୍ଦ୍ରଶେଖର ଙ୍କୁ ନୈ।କଖାରୁ ଅଣାଯାଇ ଚନ୍ଦନ ମଣ୍ଡପରେ ଅବସ୍ଥାନ କରାଯାଇ ପୂଜା ଆଳତି କରାଯାଇଥିଲା । ସେଠାରେ ଶ୍ରଦ୍ଧାଳୁମାନେ ଚନ୍ଦନ ମଣ୍ଡପରେ ଭୋଗ କରିଥିଲେ ।
ଭୋଗ ସରିବା ପରେ ଗୋପାଳ ଭାଇମାନେ ବିମାନ କୁ ଚନ୍ଦନ ମଣ୍ଡପରୁ ବାହାର କରି ବିମାନ କାନ୍ଧେଇ ବାଜା, ଘଣ୍ଟ, ଖୋଳ କୀର୍ତ୍ତନ ବଜାଇ ରୋଷଣୀ କରି ପୁରୁଣା କାଚରାମାଳ ଗ୍ରାମ ଦେଇ ଚନ୍ଦନ ଯାତ୍ରା ପଡ଼ିଆକୁ ଶୋଭାଯାତ୍ରାରେ ଆସିଲା ବେଳେ ସାହିର ବିଭିନ୍ନ ସ୍ଥାନରେ ଭୋଗ ଖାଇ ଖାଇ ଆସି ଯାତ୍ରା ପଡ଼ିଆରେ ରାତି ୯ ଟାରେ ପହଞ୍ଚି ଅସ୍ଥାୟୀ ସୁସଜ୍ଜିତ ମଣ୍ଡପରେ ଅବସ୍ଥାନ କରିଥିଲେ ।
ଚନ୍ଦନ ଯାତ୍ରାର ପ୍ରଥମ ଦିନ ପୁରୁଣା କାଚରାମାଳ ଗ୍ରାମର ବ୍ରାହ୍ମଣ ପରିବାରଙ୍କ ପକ୍ଷରୁ ଆୟୋଜିତ ପକଂନ୍ତି ଭୋଗ ଖାଇ ଥିଲେ । ପୂର୍ଣ୍ଣଚନ୍ଦ୍ର ମିଶ୍ର , ଲିଙ୍ଗରାଜ ମିଶ୍ର , ରବିନ୍ଦ୍ର ମିଶ୍ର , ବିଭୁତି ପଣ୍ଡା , ପ୍ରଶାନ୍ତ ମିଶ୍ର,ଆଦି ବ୍ରାହ୍ମଣ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ଲକ୍ଷେଶ୍ଵରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖର ଙ୍କୁ ପକଂନ୍ତି ଭୋଗ ଦେଇଥିଲେ । ଏହି ଚନନ ଯାତ୍ରା ଚାପକୁ ପ୍ରଶାନ୍ତ କୁମାର ମହାନ୍ତି, ସୁକାନ୍ତ କୁମାର ଭୋଇ,
ସୂର୍ଯ୍ୟ କାନ୍ତ ବରାଳ, ସୁଧାକର ସ୍ବାଇଁ, କିଶୋର ଚନ୍ଦ୍ର ବରାଳ , ରଶ୍ମି ରଂଜନ ମିଶ୍ର, ଗୋବିନ୍ଦ ମହାରଣା, ହୃଷୀକେଶ ସାହୁ, ବସନ୍ତ କୁମାର ସାହୁ ପ୍ରମୁଖ ଚନ୍ଦନ ଯାତ୍ରା ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ଚନ୍ଦନ ଚାପ କାର୍ଯ୍ୟ ପରିଚାଳନା କରିଥିଲେ ।

ଲକ୍ଷେଶ୍ଵର ଙ୍କ ଚନ୍ଦନ ଚାପ ଦେଖିବା ପାଇଁ ଚନ୍ଦନ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଲିଗିଥିଲା । ଆଜି ଠାରୁ ଚନ୍ଦନ ଯାତ୍ରା ପଡ଼ିଆରେ ସିଂହ ବାହିନୀ ଯାତ୍ରା ପାଟି ତା’ର ପ୍ରଥମ ଦିନର ଅପେରା ପରିବେଷଣ କରିବ ।

No Result
View All Result