No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ସିବିଏସ୍ଇ ଦଶମ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ଗ୍ରାମ ସିନ୍ଧୁ ସାହିର ନାରାୟଣ ମଲ୍ଲିକଙ୍କ ନାତି ସୁଧାଂଶୁ ମଲ୍ଲିକ ୯୮.୮% ମାର୍କ ରଖ୍ ସମଗ୍ର ଦିଲ୍ଲୀ ଅଞ୍ଚଳ (ଏନ୍ସି ଆର୍ ) ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଭବିଷ୍ୟତରେ ସେ ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଦିନକୁ ସେ ପ୍ରାୟ ୧୫ ଘଣ୍ଟା ପରିଶ୍ରମ କରୁଥିଲେ। ତାଙ୍କ ସଫଳତାର ଶ୍ରେୟ ସେ ତାଙ୍କର ବାପା ସମ୍ବିତ, ମା’ ମଧୁସ୍ମିତା ଓ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ଗୁରଗାଓଁ ସ୍ଥିତ ଆସେଣ୍ଟ ପବ୍ଲିକ ସ୍କୁଲରେ ଅଧ୍ଯୟନ କରୁଥିବା ।
ସୁଧାଂଶୁ ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଛାତ୍ର ଭାବରେ ଜଣାଶୁଣା । ସେ ବିଭିନ୍ନ ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଖବର ଅଣ୍ଡରା ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମ ତଥା ସମଗ୍ର ଧୋୟାଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ପରିଷଦ ଅଧ୍ଯକ୍ଷ ସୁଶ୍ରୀ ଲିଲିତା ଦାସ, ଦିଲ୍ଲୀ ଓଡ଼ିଆ ସମାଜର ଯୁବ ସମାଜସେବୀ ସଂଗ୍ରାମ ସାମଲ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ଯୁବନେତା ରଶ୍ମି ରଞ୍ଜନ ସ୍ପାଇଁ, ନିରଞ୍ଜନ ସୁନ୍ଦରାୟ, ଶିକ୍ଷାବିତ୍ ପାର୍ଥ ସାରଥୀ ଦାଶ, କବି ସଚିତ୍ର ବେହୁରା ପ୍ରମୁଖ ସୁଧାଂଶୁଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
No Result
View All Result