No Result
View All Result
ସୁନ୍ଦରଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ରାଉରକେଲା :- ଓଡିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉରକେଲା ସିଭିଲ୍ କୋର୍ଟରେ ସିଭିଲ୍ ଜଜ୍ (ସିନିୟର ଡିଭିଜନ) କ୍ୟାଡରର ନୂତନ ବାଣିଜ୍ୟିକ ଅଦାଲତ (କମର୍ସିଆଲ କୋର୍ଟ) ଉଦ୍ଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଣିଜ୍ୟିକ ଅଦାଲତର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ବିଚାରପତି ତଥା ସୁନ୍ଦରଗଡ଼ ପ୍ରଶାସନିକ ବିଚାରପତି ଶ୍ରୀମତୀ ସାବିତ୍ରୀ ରଥ ଏବଂ ଓଡିଶା ହାଇକୋର୍ଟର ସହଯୋଗୀ ବିଚାରପତିମାନେ ମଧ୍ଯ ଉପସ୍ଥିତ ଥିଲେ।
ରାଉରକେଲା ବାର ଆସୋସିଏସନର ସଭାପତି ସଦାନନ୍ଦ ସାହୁ ରାଉରକେଲା ସିଭିଲ୍ କୋର୍ଟରେ ସିଭିଲ୍ ଜଜ୍ (ସିନିୟର ଡିଭିଜନ) କ୍ୟାଡରର ନୂତନ ବାଣିଜ୍ୟିକ ଅଦାଲତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଉରକେଲା ବାର ଆସୋସିଏସନ ପକ୍ଷରୁ ବହୁ ଦିନରୁ ଏହି ବାଣିଜ୍ୟିକ ଅଦାଲତ (କମର୍ସିଆଲ କୋର୍ଟ) ଖୋଲିବା ପାଇଁ ଦାବୀ ହୋଇ ଆସୁଥିଲା । ରାଉରକେଲା ବାର ଆସୋସିଏସନ ପକ୍ଷରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନଙ୍କୁ ଏଥିପାଇଁ ବାର ଆସୋସିଏସନ ପକ୍ଷରୁ ଧନ୍ୟବାଦ ଦିଆଯାଉଛି ।
ଏହି କୋର୍ଟ ଖୋଲିବା ଦ୍ୱାରା ପଡିରହିଥିବା କେସଗୁଡିକର ଶୀଘ୍ର ସମାଧାନ ହୋଇପାରିବ ଏବଂ ଏଥିପାଇଁ ଆଉ କଟକ ହାଇ କୋର୍ଟକୁ ଦୌଡିବାକୁ ପଡିବ ନାହିଁ। ଆଗାମୀ ଦୁଇ ତିନି ମାସ ମଧ୍ୟରେ ଏହି ମାମଲାଗୁଡିକର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ରାଉରକେଲା ବାର ଆସୋସିଏସନ ପକ୍ଷରୁ ଓଡିଶା ହାଇ କୋର୍ଟ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି।
ରାଉରକେଲାରେ ନୂତନ ବାଣିଜ୍ୟିକ ଅଦାଲତ ଉଦ୍ଘାଟନ କାର୍ଯ୍ୟକ୍ରମରେ ବାର ଆସୋସିଏସନର ସଭାପତି ସଦାନନ୍ଦ ସାହୁ, ଉପସଭାପତି ରାଜ କିଶୋର ପ୍ରଧାନ, ସମ୍ପାଦକ ଦେବାନନ୍ଦ ତନ୍ତୀ, ଯୁଗ୍ମ-ସମ୍ପାଦକ ଅନୁସୁରୁ ହରି ଦୋରା, କୋଷାଧ୍ୟକ୍ଷ ଅକ୍ଷୟ ସିଂଦେଓ, ସହ-ସମ୍ପାଦକ ତାପସ ପରିଡା, ଲାଇବ୍ରେରୀ ସମ୍ପାଦକ ତଥା ଲାଇବ୍ରେରୀ ସହ-ସମ୍ପାଦକ ରାଜଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result