No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମରେ ଆୟୋଜିତ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭା ଯାତ୍ରା ଗୁରୁବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଗ୍ରାମର ୧୦୮ ମହିଳା ଏବଂ ପୁରୁଷ ମାନେ ପୁରୁଣା କାଚରାମାଳ ଗ୍ରାମ ନିକଟରେ ଥିବା ପୁରୀ ମେନ୍ କେନାଲର ହନୁମାନ ମନ୍ଦିର ନିକଟରେ ଥିବା ଘାଟରେ ପହଞ୍ଚିଥିଲେ ।

ସେଠାରେ ପୂଜକ ବିରଞ୍ଚି ନାରାୟଣ ମିଶ୍ର ପୂଜା ପାଠ କରିସାରିବା ପରେ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ସ୍ନାନ କରି କଳସ ବୁଡ଼ାଇ ବାଜା ବାଣ ରୋଷଣୀ କରି ନୂଆ କାଚରାମାଳ , ଜନ୍ମେଜୟପୁର, ଖୁନୁକାର ଗ୍ରାମ ଦେଇ ମୁଗଭଙ୍ଗା ଖରାଖାଇ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । କଳସ ଧରିଥିବା ଶ୍ରଦ୍ଧାଳୁମାନେ ଯଜ୍ଞ ମଣ୍ଡପ ପରିକ୍ରମା କରିସାରିବା ପରେ କଳସ ସ୍ଥାପନ କରିଥିଲେ ।

ଶୁକ୍ରବାରଠାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ରବିବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯିବ । ଯଜ୍ଞ ପାଇଁ ଗ୍ରାମରେ ଆମିଷ ଦ୍ରବ୍ୟକୁ ଯଜ୍ଞ ଶେଷ ହେବା ପର୍ଯ୍ୟନ୍ତ ବାରଣ କରାଯାଇଛି । ଏହି ଯଜ୍ଞ କାର୍ଯ୍ୟରେ ମା’ ଖରାଖାଇ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା, ବୟୋଜ୍ୟେଷ୍ଠ ବ୍ୟକ୍ତି, ଗ୍ରାମର ସମସ୍ତ ଯୁବକ, ମହିଳାମାନେ ଅଂଶଗ୍ରହଣ କରିବା ସହିତ ସହଯୋଗ କରୁଛନ୍ତି ।
No Result
View All Result