No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ସହଯୋଗରେ ଗୁରୁବାର ସକାଳୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି |ନୟାଗଡ଼ ସହର ଉପକଣ୍ଠ ଗ୍ରାମ ଦୂର୍ଗାପ୍ରସାଦ ମନ୍ଦିର ଠାରୁ ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ବାଇକ ରାଲିକୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ପତାକା ହଲାଇ ଉଦ୍ଘାଟନ କରିଥିଲେ |
ଅପେରସନ “ସିନ୍ଦୂର”ର ଅପୂର୍ବ ସଫଳତା ଓ ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ଅବସରରେ ଏହି ତ୍ରିରଙ୍ଗା ପରିବେଷ୍ଟିତ ବାଇକ ରାଲି ଅନୁଷ୍ଠିତ ହୋଇଥିଲା | ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ସିଡିଓ ଲଗ୍ନଜୀତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମଦ୍ଦାର ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ,
ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ପୋର୍ଟ୍ସ ଅଫିସର, ପୋଲିସ ବିଭାଗ, ଫରେଷ୍ଟ ବିଭାଗ, ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ମାନେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ | ଭାରତ୍ ମାତା କି ଜୟ, ବନ୍ଦେ ମାତରଂ ଆଦି ସ୍ଲୋଗାନ ଦେଇଥିଲେ | ସମସ୍ତ କାଉନସିଲର, ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଯେନା ଏବଂ ତହସିଲ ଅଫିସ ଷ୍ଟାଫ ଯୋଗ ଦେଇଥିଲେ
ଆମ ଗର୍ବ ଓ ଗୌରବ କୁ ମନେ ପକାଇ ତ୍ରିରଙ୍ଗା ଆମର ଏକତା ର ପ୍ରତୀକ ବୋଲି ସ୍ଲୋଗାନ ଦେଇଥିଲେ | ପ୍ରାୟ ତିନି ହଜାରରୁ ଉର୍ଦ୍ଧ ବାଇକରେ ମୁନିସିପାଲିଟି ପୂର୍ତ୍ତ ବିଭାଗ କ୍ଲର୍କ ଗଜେନ୍ଦ୍ର ମହାରଣା, ମୁନିସିପାଲିଟି କ୍ୟାସିଅର ଶିଶିର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ ଏହି ଜାତୀୟତା କାର୍ଯ୍ୟକ୍ରମ ରେ ଜାତୀୟ ପତାକା ପ୍ଲାଇକାର୍ଡ ବାଇକରେ ଲଗାଇ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା |

No Result
View All Result