No Result
View All Result
ମୟୁରଭଞ୍ଜ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି. ମୟୂରଭଞ୍ଜ ଜିଲ୍ଲା ବାସୀଙ୍କର ବହୁବର୍ଷର ଦାବୀ ଫଳରେ ବିଗତ ୧୯୯୮ ମସିହାରେ ଓଡିଶା ସରକାର ବାରିପଦାର ତକତପୁରଠାରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ.
ପରବର୍ତ୍ତୀ କାଳରେ ୨୦୨୦ ମସିହାରେ ସରକାର ଏହାର ନାମକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ନାମରେ ନାମିତ୍ତ କରିଛନ୍ତି. ୨୦୧୭ ମସିହାରେ କେନ୍ଦୁଝର ଠାରେ ଏହାର ଦ୍ଵିତୀୟ ପରିସର ପ୍ରତିଷ୍ଠା କରିଥିଲେ. ପରିବର୍ତ୍ତୀ କାଳରେ ୨୦୨୩ ମସିହାରେ କେନ୍ଦୁଝରର ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ସରକାର ବିଶ୍ବବିଦ୍ୟାଳୟ କରିଦେଲେ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ପରିସରରେ ଥିବା ଓଡିଆ, ଇଂରାଜୀ, ସଂସ୍କୃତ, ଜିଓଲୋଜୀ,
ମେଟେରିଆଲ ସାଇନ୍ସ ପରି ପାଞ୍ଚଟି ବିଭାଗର ସମସ୍ତ ୧୫ ଗୋଟି ଶିକ୍ଷକ ଓ ସମସ୍ତ ଅଣଶିକ୍ଷକ ପଦବୀଗୁଡିକୁ ନୂଆକରି ଗଢିଉଠିଥିବା ଧରଣୀଧର ବିଶ୍ଵବିଦ୍ୟାଳୟକୁ ପ୍ରଦାନ କରିଦେଲେ. ଫଳରେ ବାରିପଦା ଠାରେ ଥିବା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟଠାରେ ଥିବା ଏହି ବିଭାଗ ଗୁଡିକ ଏ ସମସ୍ତ ମୂଳପଦବୀ ଗୁଡିକୁ ହରାଇଲା. ଯାହାଫଳରେ ଏବେ ମଧ୍ୟ ବାରିପଦା ଠାରେ ବିଶ୍ଵବିଦ୍ୟାଳୟର ଇଂରାଜୀ, ସଂସ୍କୃତ, ଜିୟୋଲୋଜୀ ଓ ମେଟେରୀଆଲ ସାଇନ୍ତି ବିଭାଗ ଗୁଡିକ ସେଲଫ୍ ଫାଇନାନ୍ସ କୋର୍ସ ଭାବରେ ଚାଲିବାକୁ ବାଧ୍ୟ ହେଉଛି.
ଏପରିକି ମେଟେରିଆଲ ସାଇନ୍ସ ବିଭାଗଟି ବନ୍ଦ ହେବକୁ ବସିଲାଣି. ଏ ସମସ୍ତ ବିଭାଗରେ ଛାତ୍ରଛାତ୍ରୀ ମାନେ ମୋଟା ଅଙ୍କର ରାଶି ଦେଇ ପାଠପଢିବାକୁ ବାଧ୍ୟ ହେଉଛନ୍ତି. ପିଏଚ.ଡି. ପରି ଗବେଷଣା ପାଠ ପଢିବାରୁ ମଧ୍ୟ ବଞ୍ଚତ ଅଛନ୍ତି. ନିୟମିତ ଶିକ୍ଷକଙ୍କ ଦ୍ବାରା ପାଠପଢାରୁ ବଞ୍ଚିତ ହୋଇ ଅତିଥି ଅଧ୍ୟାପକ ମାନଙ୍କ ଦ୍ବାରା ପିଲାମାନେ ପାଠ ପଢୁଛନ୍ତି. ଏ ସମ୍ବନ୍ଧରେ ଦୀର୍ଘ ଦିନ ଧରି ସରକାରଙ୍କ ଠାରେ ଅଭିଯୋଗ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ.
ଏଣୁ 2ୟ କ୍ୟାମ୍ପସ ରୁ ଧରଣୀଧର ବିଶ୍ୱ ବିଦ୍ୟାଳୟକୁ ନିଆ ଯାଇଥିବା ବିଭାଗ ଏବଂ ପଦବୀ ଗୁଡିକୁ ବାରିପଦାକୁ ଫେରସ୍ତ କରିଦେବା, ବାରିପଦାଠାରେ ଏକ ସରକାରୀ ସଂଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ସହ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଟିକୁ ରାଜ୍ୟସ୍ତରୀୟ ବିଶ୍ଵବିଦ୍ୟାଳୟରୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟକୁ ଉନ୍ନତ କରାଯିବାକୁ ଦାବୀ କରାଯାଇଛି. ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ନାୟକଙ୍କ ସହିତ ପ୍ରତିନିଧି ମଣ୍ଡଳୀରେ ପିତାମ୍ବର ମଲ୍ଲିକ, ସତ୍ୟ ନାରାୟଣ ବେହେରା, ଲମ୍ବୋଦର ସେଠୀ ପ୍ରମୁଖ ସାମିଲ ଥିଲେ ।
No Result
View All Result