No Result
View All Result
ବାରିପଦା (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ପ୍ରଥମ ମ୍ୟାଚରେ ଶିମିଳିପାଳ ଫୁଟବଲ କ୍ଲବ ବିନ୍ଦୁସାଗର ଫୁଟବଲ କ୍ଲବକୁ ୫ – ୦ ଗୋଲରେ ପରାସ୍ତ କରିଥିଲା I ଦଳ ପକ୍ଷରୁ ଟିକି ହେମ୍ବ୍ରମ ୨ଟି, ରାଇସେନ, ମଧୁ ଓ ଛୋଟୁ ଗୋଟିଏ ଲେଖାଏଁ ଗୋଲ କରିଥିଲେ I ଦ୍ଵିତୀୟ ମ୍ୟାଚରେ ରଙ୍ଗାମାଟିଆ ଫୁଟବଲ କ୍ଲବ ଝାଂଝଡ଼ପାଳ କୁ ୧- ୦ ଗୋଲରେ ପରାସ୍ତ କରିଥିଲା I

ଭଣ୍ଡ କିସ୍କୁ ଏକ ମାତ୍ର ଗୋଲ କରିଥିଲେ I ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ I ଏହି ଅବସରରେ ରାଜ୍ୟ ସ୍ତରୀୟ ଫୁଟବଲ ଖେଳାଳି ଅସିତ ପତି ଓ ପ୍ରଦୀପ କିଶୋର ମହାନ୍ତିଙ୍କୁ ମୁଖ୍ୟ ଆୟୋଜକ ଲୋହିତ ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I

ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ କୋଚ କୁମାର ରଞ୍ଜନ ପଣ୍ଡା, ବିଶିଷ୍ଟ ଫୁଟବଲ ଖେଳାଳି ଯଦୁନାଥ ମାଝୀ, କୈଳାସ ବେହେରା, ଅଶୋକ ମିସ୍ତ୍ରୀ, ଓ ବିଜୟ କୁମାର ଦାସ (ମଣ୍ଟୁ ଦା), ତପନ କୁମାର ସିନ୍ହା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ବିନୋଦ ରାମ, ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ ଉପସ୍ଥିତ ଥିଲେ I
No Result
View All Result