No Result
View All Result
ଫୁଲନଖରା (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୯ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ମୁଖଭଙ୍ଗାସ୍ଥିତ ମା’ଖରାଖାଇଙ୍କ ପୀଠରେ ଏକାଦଶତମ ରାମଲୀଳା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ଓ୍ୱାର୍ଡର କର୍ପୋରେଟର ମମତା ମାହାନ୍ତି, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ଜୀ, ସମାଜସେବୀ ସ୍ୱlଧୀନଚେତା ମହାନ୍ତି,ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ବାରିକ, ସୁଧୀର କୁମାର ପଟ୍ଟନାୟକ,ଲିଭ୍ ଲାଇଭ ଓଡ଼ିଆର ଏମଡି ଟିଟନ ସାହୁ ପ୍ରମୁଖ ଯୋଗ ଦେଇ ଆଜିର ସମୟରେ ରାମନାମର ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ହେମନ୍ତ ଦଳାଇଙ୍କ ସମେତ ମା’ଖରାଖାଇ ଯୁବକ ସଂଘର ସଦସ୍ୟ ତଥା ମୁଗଭଙ୍ଗା ଗ୍ରାମବାସୀ ବୃନ୍ଦ ପରିଚାଳନା କରିଥିଲେ। ସର୍ବ ଶେଷରେ ମା’ ଜେନାଦେଇ ଶ୍ରୀରାମ ଲୀଳା ଯୁବ ପରିଷଦର କଳାକାରମାନଙ୍କ ଦ୍ୱାରା ସୀତା ହରଣ ରାମଲୀଳା ପରିବେଶିତ ହୋଇଥିଲା। ଉକ୍ତ ରାମଲୀଳା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଥିଲା। ଏହି ମହୋତ୍ସବ ୩ ଦିନଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
No Result
View All Result