• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆମେରିକାରେ ଓଡିଶା ଜାଗରଣର ସ୍ୱର ଝଙ୍କୃତ : “ଓସା ” ଦ୍ୱାରା “ନୂଆଖାଇ” ପାଳନ

Proprietor Abhimanyu Maharana by Proprietor Abhimanyu Maharana
September 1, 2020
in Uncategorized, ଓଡ଼ିଶା, ଦେଶ, ମନୋରଞ୍ଜନ, ହୋମ୍
0
ଆମେରିକାରେ ଓଡିଶା ଜାଗରଣର ସ୍ୱର ଝଙ୍କୃତ : “ଓସା ” ଦ୍ୱାରା “ନୂଆଖାଇ” ପାଳନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) କାଲିଫର୍ନିଆ / ନୂଆଦିଲ୍ଲୀ :– ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ହେଁ ଏହା ସମଗ୍ର ଓଡ଼ିଶାର ମହାନ କଳା , ସଂସ୍କୃତି , ଐତିହ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ ଓ ପ୍ରଦର୍ଶନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି | ଓଡିଶା ସୋସାଇଟି ଅଫ ଆମେରିକା (ଓ.ଏସ .ଏ ) ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଇ – ନୂଆଖାଇ ମହୋତ୍ସବରେ ଉଦବୋଧନ ଦେଇ ଏହି ମହାନୁଭବ ମାନେ , ନୂଆଖାଇ ଭେଟଘାଟ , ଓଡ଼ିଆ ଜାତିର ପରିଚିତି , ପ୍ରତିପତ୍ତି , ପାରଦର୍ଶିତା ଓ ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରତିପାଦିତ ଓ ପ୍ରମାଣିତ କରିବା ରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଥିବା ଉଲ୍ଲେଖ କରିଥିଲେ | ବିଦେଶର ବିଭିନ୍ନ ରାଷ୍ଟ୍ରରେ ତଥା ଆମେରିକା ଓ କାନାଡ଼ାର ସହର ମାନଙ୍କରେ ବସବାସ କରୁଥିବା ଓଡ଼ିଆ ମାନେ

ସେମାନଙ୍କର ନିଜ ନିଜ ପେଶା କ୍ଷେତ୍ରରେ ସାଫଲ୍ୟର ଶିର୍ଷତ୍ଵ ଓ ଶ୍ରେଷ୍ଠତ୍ଵ ହାସଲ କରି ମାତୃପ୍ରଦେଶ ଓଡିଶା ଓ ମାତୃଭୂମି ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ବାହକ ହୋଇଥିବା ବେଳେ , . ନୂଆଖାଇ ପାର୍ବଣ ପାଳନ , ସେମାନଙ୍କୁ ଏକ ମନ , ଏକ ପ୍ରାଣ , ଏକ ଧ୍ୟାନ , ଏକ ସ୍ୱରରେ ଏକଜୁଟ ହୋଇ ମା ଉତ୍କଳ , ଦେବୀ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କର ବନ୍ଦାପନା କରିବାର ଭରପୁର ସୁଯୋଗ ଜୁଟାଇଥିବା , ସେମାନେ ଦର୍ଶାଇଥିଲେ | ବିଶେଷ କରି କରୋନା ମହାମାରୀର କରାଳ ଛାୟାରେ ସମଗ୍ର ବିଶ୍ୱ କବଳିତ ହୋଇଥିବା ବେଳେ ଓ.ଏସ. ଏ. ର ସଭାପତି କୁକୁ ଦାସ ଓ ତାଙ୍କର ଟିମଙ୍କ ନେତୃତ୍ୱରେ ଆବଶ୍ୟକୀୟ ସ୍ୱାସ୍ଥ୍ୟଗତ ଅନୁଶାସନ ପାଳନ ପୂର୍ବକ , ଏଭଳି ଏକ ୱେବ ସମାରୋହର ଭବ୍ୟ ଆୟୋଜନ କରାଯାଇଥିବାରୁ ଅତିଥିମାନେ ତାଙ୍କର ଭୁରି ଭୁରି ପ୍ରସଂଶା କରିଥିଲେ |

ପ୍ରକୃତରେ କୋଭିଡ ର ଅଭୂତପୂର୍ବ ସଂକଟକୁ ଶ୍ରୀମତୀ ଦାସ ଓ ଓ.ଏସ.ଏ. ର କର୍ମକର୍ତା ମାନେ ଏକ ଭରପୁର ଅବସରରେ ପରିଣତ କରି ଅନଲାଇନ ଜରିଆରେ ସାରା ପୃଥିବୀର ଓଡ଼ିଆ ମାନଙ୍କୁ ଏକତ୍ର ଯୋଡ଼ିବାରେ ସଫଳ ହୋଇଥିବାରୁ ବକ୍ତାମାନେ ଏହି ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ | “ନୂଆଖାଇ ଜୁହାର ” ନାମରେ ନାମିତ ଏହି ନିଆରା ତ୍ବହାର ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରସିଦ୍ଧ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ ତାଙ୍କର ସ୍ୱରଚିତ କିଛି ବଛା ବଛା କବିତା ଖୁବ ଜୀବନ୍ତ ଓ ପ୍ରାଞ୍ଜଳ ଭାବରେ ଆବୃତ କରି ସମସ୍ତଙ୍କୁ ଚମତକୃତ କରିଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ରାଜ୍ୟର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକୃତି ଓ ମାନବ ସମାଜର ନିବିଡ଼ ,ନିରନ୍ତର ତଥା ଚିରନ୍ତନ ସମ୍ପର୍କ ଉପରେ ଆଲୋକପାତ କରିଥିଲେ | ସମ୍ମାନିତ ଅତିଥି ବରିଷ୍ଠ ପ୍ରସାଶକ ଡ଼ ଅରବିନ୍ଦ ପାଢ଼ୀ ତୁଙ୍ଗ ଶିଖର ଚୂଳ , କୁଞ୍ଜ କାନନ ମାଳ ତଥା ଉନ୍ନତ କଳା ସଂସ୍କୃତିରେ ପରିପୃଷ୍ଟ ଓ ପରିଶୋଭିତ ଓଡ଼ିଶାର ପଶ୍ଚିମାଞ୍ଚଳ ର ସବୁଠୁ ବଡ ପର୍ବ ନୂଆଖାଇ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଶୁଭ କାମନା ଜଣାଇଥିଲେ |

ବୈଠକରେ କଟକରୁ ସାମିଲ ହୋଇଥିବା ଅନ୍ୟତମ ବକ୍ତା କର୍ନେଲ ସୁରେନ୍ଦ୍ର ନାଥ ମହାନ୍ତି , ହଳଧର ନାଗ ଜଣେ ଅନନ୍ୟ ପ୍ରତିଭାବାନ କବି ଓ ତାଙ୍କର ସ୍ମରଣ ଶକ୍ତି ଅଶ୍ରୁତପୂର୍ବ ବୋଲି ଅବତାରଣା କରିଥିଲେ | ଶ୍ରୀ ନାଗ ତାଙ୍କର ପ୍ରତ୍ୟକ କବିତାର ଶେଷ ଛନ୍ଦରେ ଆଶ୍ଚର୍ଯ୍ୟ ଜନକ ଭାବେ ଯେଉଁ ଭିନ୍ନ ମୋଡ ଦେଇଥାନ୍ତି , ତାକୁ ସେ ହଳଧର ନାଗ ମୋଡ ଆଖ୍ୟା ଦେଇଥିବା ଶ୍ରୀ ମହାନ୍ତି ଦର୍ଶାଇଥିଲେ | ଇ ସଭାରେ ଶ୍ରୀ ନାଗ ଙ୍କ ଦ୍ୱାରା ଲିଖିତ ଓ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଇଂରାଜୀରେ ଅନୁବାଦିତ କାବ୍ୟଞ୍ଜଳି ପୁସ୍ତିକାର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା | ଏହି ଅବସରରେ ମୁଖ୍ୟ କାର୍ଯ୍ୟକ୍ରମ ଉପସ୍ଥାପକ ତଥା ଓସାର ଉପସଭାପତି ଅନୀଲ ପଟନାୟକ ଙ୍କର ନା ଆମେ କଟିକିଆ , ନା କୋରାପୁଟିଆ , ନା ସମ୍ବଲପୁରିଆ , ଆମେ ସବୁ ଓଡ଼ିଆ ଗୀତ ଗାୟନ ଖୁବ ମର୍ମସ୍ପର୍ଶୀ ଥିଲା ଏବଂ କିଛି କ୍ଷଣ ପାଇଁ ସମଗ୍ର ପରିବେଶକୁ ବେଶ ଭାବ ବିହ୍ଵଳ କରିଦେଇଥିଲା | ସ୍ନିଗ୍ଧା ହୋତା ଖୁବ ସୁନ୍ଦର ଓ ସାବଲୀଳ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ |

ଉତ୍ସବର ମୁଖ୍ୟ ଆକର୍ଷଣ କଳାହାଣ୍ଡି ର ନୃତ୍ୟକଳା କେନ୍ଦ୍ର ଦ୍ୱାରା ପରିବେଷିତ ଡାଲଖାଇ ରସରକେଲି ନୃତ୍ୟ ଥିଲା ଆମେରିକା ଓ କାନାଡ଼ାରେ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଆଦିବାସୀ ନୃତ୍ୟ ଏବଂ ସମ୍ବଲପୁରୀ ସଂଗୀତ ର ତାଳେ ତାଳେ ଝୁମିବା ସହିତ ପରସ୍ପରକୁ ନୂଆଖାଇ ଜୁହାର ଅଭିବାଦନ କରିଥିଲେ | ସମ୍ବଲପୁରୀ ଭାଷାକୁ ଆଧାର କରି ଏକ ମଜାଦାର କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏହାକୁ ମିଚିଗାନର ଡ଼. ସଂଗୀତା ପ୍ରଧାନ ସଂଚାଳନା କରିଥିଲେ | ଓସାର କୋଷାଧକ୍ଷ ଉତ୍କଳ ନାୟକ ମଂଚ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ସୁପର୍ଣ୍ଣ ବେହେରା ,ଅଚ୍ୟୁତ ଆଚାର୍ଯ୍ୟ , ମାଧବୀକା ନାୟକ , ନିବେଦିତା ଗନ୍ତାୟତ , ଗାୟତ୍ରୀ ସେନାପତି , ସୁଶ୍ରୀ ଶୃତି ,ବିଶ୍ୱ ବେହେରା , ଅଶୋକ ଓ ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଖୁବ ଲୋକପ୍ରିୟ ସଂଗୀତ ଗୁଡିକୁ ସୁଚାରୁ ରୂପେ ପ୍ରସ୍ତୁତ କରି ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗଧ କରିଦେଇଥିଲେ |

ଏହି ଭରଚୁଆଲ ସମାବେଶରେ ଆମେରିକାରର ୫୦ଟି ରାଜ୍ୟ ଓ କାନାଡ଼ାରେ ଅବସ୍ଥାପିତ ଓସାର ୧୮ଟି ଶାଖାର ସଭାପତି ମାନେ ଉପସ୍ଥିତ ଥିଲେ | ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସୁକୁମାର ପୁରୋହିତ ,ବୁନୁ ବେହେରା ,ମନୋଜ ମିଶ୍ର , ମନୋଜ ଓ ଗାୟତ୍ରୀ ଯୋଶୀ , ଧୀରେନ୍ଦ୍ର କର ,ପ୍ରମୋଦ ମହାପାତ୍ର ,ପ୍ରଭାତ ନଳିନୀ ପଟନାୟକ ,ସମୀର ଓ ଗାୟତ୍ରୀ ସେନାପତି , ଶ୍ରୀମତୀ କଲ୍ୟାଣୀ ଓ ଶ୍ରୀ ବୁଧିନାଥ ପାଢ଼ୀ ଏବଂ ବିଜୟ ଶତପଥୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ | ମହାଆଡମ୍ବରରେ ଅନୁଷ୍ଠିତ ସମସ୍ତ ଆୟୋଜନ ଓସା ର ସଭାପତି କୁକୁ ଦାସ ଙ୍କର ସକ୍ରୀୟ ତତ୍ୱାବଧାନରେ ସୁସମ୍ପନ୍ନ ହୋଇଥିଲା | ଏହି ୱେବ ସମାରୋହରେ ଅନ ଲାଇନ ଓ ଲାଇଭ ସ୍ଟିମିଙ୍ଗ ଜରିଆରେ ପାଖାପାଖି ୩୦୦୦ ଦର୍ଶକ ସାମିଲ ହୋଇଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

April 26, 2026
ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

April 26, 2026
କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version