No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ବର ପଞ୍ଚାଯତସ୍ଥିତ ପାଟୁଳିଠାରେ ଥିବା ଏସବିଡି ସ୍କୁଲର ଦଶମ ପରୀକ୍ଷା ଫଳ ଶତପ୍ରତିଶତ ହୋଇଛି। ଚଳିତବର୍ଷ ଦଶମ ଶ୍ରେଣୀରେ ୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଶତପ୍ରତିଶତ ସଫଳତା ମିଳିଛି । ଛାତ୍ରୀ ସାନଭି ପଟ୍ଟନାୟକ ସର୍ବାଧିକ ୯୮.୮ ପ୍ରତିଶତ ନମ୍ବରରଖ୍ ସ୍କୁଲର ଟପ୍ପର ହୋଇଛନ୍ତି ।
ଏଥିସହିତ ୨୪ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖୁଲା ବେଳେ ୧୯ଜଣ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି। ୧୪ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଲାବେଳେ ଅବଶିଷ୍ଟ ଛାତ୍ରଛାତ୍ରୀ ୫୦ପ୍ରତିଶତ ମଧ୍ୟରେ ସଫଳତା ହାସଲ କରିଛନ୍ତି। ୯୫ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି ସାନଭି ପଟ୍ଟନାୟକଙ୍କ ସମେତ ହଂସିକା ମହାନ୍ତି ୯୭.୨ ପ୍ରତିଶତ, ପ୍ରତ୍ୟୁଷ କୁମାର ସାହୁ ୯୬.୮ ପ୍ରତିଶତ,
ଅର୍ପିତା ନାୟକ ଓ ଅଦିତ୍ରି ରାଣୀ.୯୬.୪, ସାଇ ସ୍ବପ୍ନିଳ ପ୍ରଧାନ ୯୫.୨ ପ୍ରତିଶତ ଓ ଅର୍ଘ୍ୟl ଅର୍ପଣ ମିଶ୍ର ୯୫ ପ୍ରତିଶତ ପ୍ରମୁଖ ୭ ଜଣ l କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲର ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ, ଅଧ୍ୟକ୍ଷ ଡକ୍ଟର କଳ୍ପତରୁ ସାହୁଙ୍କ ସହ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଭିନନ୍ଦନ ଜଣାଇବା ସହ ଉତରୋତର ଉନ୍ନତି କାମନା କରିଛନ୍ତି।
(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result