No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ସିଡିସ୍ଥିତ ସେକ୍ଟ-9ରେ ପ୍ରତିଷ୍ଠିତ ଚିତ୍ରକଳା ଓ ବାଦ୍ୟଯନ୍ତ୍ର ସ୍କୁଲ କଞ୍ଚାମାଟିର ବାର୍ଷିକ ଉତ୍ସବ ଓ ବିଶ୍ୱ ମାତୃଦିବସ ସେକ୍ଟର-8 ସ୍ଥିତ ଆବାସିକ ସଙ୍ଘ ପରିସରରେ ପାଳିତ ହୋଇଯାଇଛି l ସ୍କୁଲର ସୁଯୋଗ୍ୟ ସମ୍ପାଦକ ଗୁରୁଦତ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଗୁରୁ ଅରୂପଲାଲ ଘୋଷ, ଚିତ୍ରଶିଳ୍ପୀ ରବି ରଥ, ଅଭିନେତ୍ରୀ ନମ୍ରତା ଦାସ,
ପ୍ରଯୋଜକ ଓ କଳାକାର ବାପୁ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହିତ କୁନି କୁନି ପିଲାମାନଙ୍କ ଚିତ୍ରକଳାକୁ ପରିଦର୍ଶନ କରି ଉଚ୍ଚପ୍ରଶଂସା କରିଥିଲେ l ଜୀବନବ୍ୟାପି ସାଧନା ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ଚଳିତବର୍ଷ-2025 ମାତୃ ସମ୍ମାନରେ ସମ୍ମାନିତ କରାଯାଇଥିଲା l
ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମା’ ମାନଙ୍କୁ ମଧ୍ୟ ପ୍ରଶଂସା ଫଳକ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ଷୁଦ୍ରନାଟିକା ଚଳନ୍ତି ଠାକୁର ମଞ୍ଚସ୍ଥ କରାଯାଇଥିଲା l ଶେଷରେ ପ୍ରଭୁଦତ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ l
No Result
View All Result