No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ପିଛୁକୁଳି ପଂଚାୟତ ଅନ୍ତର୍ଗତ ପିଛୁକୁଳୀ ବଜାର ନୀଳକଣ୍ଠେଶ୍ଵର ବଣିକ ସଂଘ ଅଯୋଜନରେ ଗତ ୯ ମେ ରୁ ଲୋକକଳା, ସ୍ଥାନୀୟ ସଂସ୍କୃତି, ପରମ୍ପରା କୁ ବଜାୟ ରଖିବା, ଓ ଭାଇଚାରା ସ୍ଥାପନ ନିମନ୍ତେ ନୀଳକଣ୍ଠେଶ୍ଵର ଲୋକୋତ୍ସବ -୨୦୨୫ ଅନୁଷ୍ଠିତ ହୋଇ ୧୨ ମେ ୨୫ ରେ ଉଦଯାପିତ ହୋଇଯାଇଛି । ଅପରାହ୍ନ ଚାରିଟା ରେ ସାମାନ୍ୟ ମେଘ ଉଠାଇଥିଲେବି ପ୍ରଭୁ ନୀଳକଣ୍ଠେଶ୍ଵର ଦେବଙ୍କ କୃପାରୁ ପାଗ ଅତି ଅନୁକୂଳ ରହିଥିଲା ।
ମଞ୍ଚ ଆରମ୍ଭରୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଜଣା ଅଜଣା କୁଇଜ୍ କାର୍ଯ୍ୟ କ୍ରମ କରାଯାଇ ସଠିକ୍ ଉତ୍ତର ପ୍ରଦାନ କରୁ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପରେ ଆଞ୍ଚଳିକ ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ ମାନେ ସାଙ୍କୃତିକ କାର୍ଯ୍ୟକ୍ରମରେ ସୁନ୍ଦର୍ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ପରେ ପରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେରିତ ଗିତମ୍ ମଧୁରମ ଦଳ ତରଫରୁ ପରିବେଷିତ ସୁନ୍ଦର୍ ସଙ୍ଗୀତ ଗୁଡ଼ିକ ଦର୍ଶକଙ୍କୁ ବିଶେଷ ଆକର୍ଷଣ କରିଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମଦ କୁମାର ସ୍ବାଇଁ, ମୁଖ୍ୟ ବକ୍ତା ବିଜେପି ନେତା ପ୍ରକାଶ ରଣ ବିଜୁଳୀ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଦା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡ଼ଜେନା, ସିନେ କଳାକର ଲକ୍ଷ୍ମୀପ୍ରିୟା, ବିପିନ କୁମାର ପାଇକରାୟ, ପ୍ରମୂଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ପିଚୁକୁଳି ବଣିକ ସଂଘ ସଭାପତି ପବିତ୍ର ମୋହନ ମାଝି ସଭାପତିତ୍ବ କରି ସ୍ବାଗତ ଭାଷଣରେ ଅତିଥି ପରିଚୟ କରି ଥିଲେ ।
ବଣିକ ସଂଘ ର ସମ୍ପାଦକ ଚିତ୍ତରଞ୍ଜନ ସମ୍ପାଦକୀୟ ବୀବରଣୀ ପଠନ ପଠନ କରିଥିଲେ । ବିଭିନ୍ନ କଳାକାର, କବି, ସମାଜ ସେବୀ, ସାହିତ୍ୟିକ, ଚିତ୍ରକାର, ମେଧାବୀ ଛାତ୍ର, ସାମ୍ବାଦିକ, ଆଦି ବିଭିନ୍ନ ବର୍ଗର ବ୍ୟକ୍ତି ମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥି ମାନେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବକୁ ସଫଳତା ଦେବା ପାଇଁ ବଣିକ ସଂଘର ସଦସ୍ୟ ମାନେ , ଆଖ ପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷାବିତ ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା ଅତି ସୁନ୍ଦର ଭାବରେ କରିଥିଲେ ।
ପାଗ ଅତି ଅନୁକୂଳ ଥିବାରୁ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଜନ ସମାଗମ ଦେଖିବାକୁ ମିଳିଥିଲା ଓ ବ୍ୟବସାୟୀ ମାନଙ୍କ ବହୁତ ଭଲ ବେପାର ହୋଇଥିବା ଜଣା ପଡିଛି । ପରିଶେଷରେ ବଜାର ସମ୍ପାଦକ ଚିତ୍ତରଞ୍ଜନ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମିନା ବଜାରରେ ପଡ଼ିଥିବା ଭୂତ କୋଠିର ବିକଟାଳ ଶବ୍ଦ କିଛି ଦର୍ଶକ ମାନଙ୍କ ମନରେ କ୍ଷୋଭ ପ୍ରକାଶ କରି ଥିବା ଜଣା ପଡିଛି । ଲୋକୋତ୍ସବକୁ ଆଉ ଟିକିଏ ଉତ୍କୃଷ୍ଟ କରିବା ନିମିତ୍ତ ବଜାର କମିଟି ତରଫରୁ ଲକି ଡ୍ର ଲଟେରୀ ବ୍ୟବସ୍ଥା କରାଯାଇ ପୁରସ୍କାର ବିତରଣ କରଯାଇଥିଲା l
No Result
View All Result