No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଞ୍ଚାୟତ ଖନ୍ଦୋଳ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ସମାଜ ସେବୀ ସ୍ୱର୍ଗତ ନରେନ୍ଦ୍ର ସ୍ବାଇଁଙ୍କ ସ୍ମୃତି ଚାରଣ ସଭା ଏବଂ ଭଜନ ପରିବେଷଣ କାର୍ଯ୍ୟକ୍ରମ ସୂର୍ଯ୍ୟ ନାରାୟଣ ଦାସ (ମିଟୁ ବାବୁ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ମହୁରା ଚାନ୍ଦେଶ୍ଵର ଭଜନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ ।
ଆୟୋଜିତ ସ୍ମୃତି ଚାରଣ ସଭାରେ ପୂର୍ବତନ ସରପଞ୍ଚ ଜୟରାମ ପ୍ରଧାନ, ସରପଞ୍ଚ ପଦ୍ମିନୀ ପ୍ରଧାନ, ପୂର୍ବତନ ସରପଞ୍ଚ କେଦାରନାଥ ଜେନା, ପୂର୍ବତନ ସରପଞ୍ଚ କିଶୋର ରାଉତରାୟ, ଅଶୋକ କୁମାର ସ୍ୱାଇଁ, ତପନ କୁମାର ସ୍ୱାଇଁ, ରାଧିଶ୍ୟାମ ମହାନ୍ତି,
ଦିଲିପ ନାୟକ, ଦିଲିପ କୁମାର ବିଶ୍ବାଳ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ନରେନ୍ଦ୍ର ସ୍ବାଇଁଙ୍କ ସ୍ମୃତି ଚାରଣ କରିଥିଲେ । ଆୟୋଜିତ ଉତ୍ସବରେ ନରେନ୍ଦ୍ର ସ୍ବାଇଁଙ୍କ ପୁତ୍ର ତ୍ରିଲୋଚନ ସ୍ଵାଇଁ , ଝିଅ ନଳୀନି ସାମଲ, ଶିଶିର କୁମାର ସ୍ୱାଇଁ, କୃଷ୍ଣ ପ୍ରସାଦ, ଦୀତିକୃଷ୍ଣ , ତେଜସ୍ଵନୀ ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result