No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢପି ପଂଚାୟତର ଅଭୟପୁର ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ସୂର୍ଯ୍ୟପୂଜା, ପାର୍ଶ୍ଵଦେବାଦେବୀଙ୍କ ପୂଜା ପରେ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ସମୟରେ ପୂର୍ଣାହୂତି କରାଯାଇଥିଲା । ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ମୁଖ୍ୟ ଅତିଥ୍ ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥିଭାବେ ଦଶପଲ୍ଲା ଏନ୍ଏସି ଅଧ୍ଯକ୍ଷା ଇଂ. ପୁନମ୍ ପ୍ରିୟଦର୍ଶିନୀ, ନୂଆଗାଁ ୧୭ନଂ ଜୋନ୍ ଜିଲାପରିଷଦ ସଭ୍ୟା ପ୍ରତୀମା ଦଳବେହେରା, ଦଶପଲ୍ଲା ବ୍ଳକ୍ ଅଧ୍ଯକ୍ଷl ସୁନନ୍ଦା ସାହୁ, ନୂଆଗାଁ ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ନୟାଗଡ଼ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବନମାଳି ପ୍ରଧାନ, ସମାଜସେବୀ ଶଙ୍କର୍ଷଣ ବେହେରା,
ସରପଞ୍ଚ ବିଭୁତି ପ୍ରଧାନ, ସମିତି ସଭ୍ୟ ସଜିବୀ ଡାକୁଆ, ଶିବଦତ୍ତ ପାତ୍ର, ସଂଜିବି ସାହୁ, ରମେଶ ପ୍ରଧାନଙ୍କ ସମେତ ଦୁରୁଦୁରା, ଚାହାଳୀ, ମାଳିସାହି, ଉଦୟପୁର, ମହିପୁର, ଢେଙ୍କେଣା, ବଡ଼ଗୋଠ ଓ ଖଣ୍ଡୁଗାଁ ଗ୍ରାମପଂଚାୟତର ସରପଂଚ, ସମିତିସଭ୍ୟସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥିମାନେ ଶ୍ରୀରଘୁନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତତ୍ ସହିତ ଜନ ସଧାରଣ ଙ୍କ ସୁଖ, ସମୃଦ୍ଧି କାମନା କରିଥଲେ ।
ଅଭୟପୁର ପରି ଏକ ଛୋଟ ଗ୍ରାମରେ ଏଭଳି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ବେଶ୍ ପ୍ରଶଂସନୀୟ ବୋଲି ଅତିଥିମାନେ କହିଥିଲେ।ପ୍ରବଳ ଗ୍ରୀଷ୍ମପ୍ରଭାବ ସତ୍ତ୍ବେ ଶ୍ରଦ୍ଧାଳୁ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଠାକୁରଙ୍କୁ ଦର୍ଶନ କରିବା ସହିତ ଯଜ୍ଞ ପୂର୍ଣାହୂତି କାର୍ଯ୍ୟକୁ ଦର୍ଶନ କରିଥିଲେ । ରାତ୍ର ୭ଟାରେ ନୟାଗଡ଼ ଲୁଣିସାହିର ବାବା ଗତୀ ଗତୀଶ୍ବର ନାଟ୍ୟ ସଂସଦର ରାମନାଟକ ରାମଜନ୍ମ ପରିବେଷଣ ହୋଇଥିଲା । ରାମପ୍ରେମୀମାନେ ରାମନାଟକୁ ବେଶ ମନଭରି ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ହୋଇଥିବାରୁ ଗ୍ରାମର ସଭlପତି ଶରତ ବେହେରା ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି l
No Result
View All Result