No Result
View All Result
ଓଭରବ୍ରିଜ ଉପରେ ଦୁଇ ପଲସର୍ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରାଜସୁନାଖଳା-ରଣପୁର ରାସ୍ତାର ଓଭରବ୍ରିଜ ଉପରେ ଦୁଇ ପଲସର୍ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ନରେନ୍ଦ୍ରପୁର ଗାଁର ସନ୍ତୋଷ ପାଇକରାୟ ଏବଂ
ନିରାକାରପୁର ଥାନା ଖଜୁରିଆପଡା ଗ୍ରାମର ଫରିଦ୍ ସାହା ରାଜସୁନାଖଳା ରଣପୁର ରାସ୍ତାର ଓଭରବ୍ରିଜ ଉପରେ ଦୁଇଟି ପଲସର୍ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁଇଟି ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ରଣପୁର ଥାନା ନରେନ୍ଦ୍ରପୁର ଗାଁର ସନ୍ତୋଷ ପାଇକରାୟ ,
ନିରାକାରପୁର ଥାନା ଖଜୁରିଆପଡା ଗ୍ରାମର ଫରିଦ୍ ସାହାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ପ୍ରଥମେ ରାଜସୁନାଖଳା ଏବଂ ପରେ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରାଜସୁନାଖଳା ଫାଣ୍ଡି ଅଧକାରୀ ପ୍ରୀତିପ୍ରକାଶ ମାହାନ୍ତି ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ଘଟଣାର ତଦନ୍ତ କରୁଛି ।
No Result
View All Result