ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) କୃଷ୍ଣଚନ୍ଦ୍ରପୁର :- ଜଗତସିଂହପୁର ଜିଲ୍ଲା କୃଷ୍ଣଚନ୍ଦ୍ରପୁର ଥାନାର ଡିଏସ୍ପି ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ ପୋଲିସ ଦଳ ହତ୍ୟା ଉଦ୍ଦେଶ୍ୟରେ ଚୋରି ଗୋରୁ କିଣିବାରେ ନିୟୋଜିତ ଜଣେ ବ୍ୟକ୍ତିଙ୍କ ଘର ପଛ ପାର୍ଶ୍ୱରେ ଚଢାଉ କରିଥିଲେ । ପୋଲିସ ହତ୍ୟା ଉଦ୍ଦେଶ୍ୟରେ ଘଟଣାସ୍ଥଳରେ ବନ୍ଧା ହୋଇଥିବା 03ଟି ବଡ଼ ଷଣ୍ଢ ଏବଂ ତିନୋଟି ଗାଈ ଙ୍କୁ ଜବତ କରିଛି ।

ଅଭିଯୁକ୍ତଙ୍କ ଘରୁ ମୋଟ ୬ଟି ଗୋରୁଙ୍କୁ ଉଦ୍ଧାର କରିଛି । ସମସ୍ତ ଗୋରୁଙ୍କୁ ନିରାପଦ ସ୍ଥାନ ଏବଂ ହେପାଜତ ପାଇଁ ଗୋଶାଳାକୁ ପଠାଯାଇଛି। ଗୋହତ୍ୟା ଆଇନ ଏବଂ ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ଗୋରୁ ମାଫିଆ ଙ୍କ ନାମରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି।

ଗୋହତ୍ୟା ଏକ ବେଆଇନ କାରବାର ଅଟେ ଯାହାର କଡ଼ା ଜବାବ ଦେଇଛି କୃଷ୍ଣଚନ୍ଦ୍ରପୁର ପୋଲିସ । ଗୋହତ୍ୟା ଆଇନ ଏବଂ ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିବାରଣ ଆଇନର ଧାରା ଅନୁଯାୟୀ ଏକ ଫୌଜଦାରୀ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଆଜି ପୋଲିସ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ବେଆଇନ ଭାବେ ଗିରଫ ଅଭିଯୁକ୍ତ କବାଟ ଭାଙ୍ଗିବା ପାଇଁ ଘଟଣାସ୍ଥଳରେ ପରିଦର୍ଶନ କରିଥିଲେ। କୃଷ୍ଣାଛନ୍ଦ୍ରପୁର ପୋଲିସ ନିଜ ଅଧିକାର କ୍ଷେତ୍ରରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରିଛି। ଏପରି ବେଆଇନ୍ କାର୍ଯ୍ୟ କୁ ପ୍ରସୟ ନ ଦେବା ପାଇଁ କଡ଼ା ତାଗିଦ୍ କରିଛି ।