No Result
View All Result
ପଞ୍ଜାବର (ଓଡ଼ିଶା ତାଜା ନ୍ୟୁଜ୍) :- ପଞ୍ଜାବର ହୋଶିଆରପୁର ଅଞ୍ଚଳରୁ ମିଳିଲା ଚୀନ କ୍ଷେପଣାସ୍ତ୍ର ପିଏଲ-୧୫, ଭାରତ ବିରୋଧରେ ଆକ୍ରମଣ ସମୟରେ ପାକିସ୍ତାନୀ ସେନା ଚୀନ କ୍ଷେପଣାସ୍ତ୍ର ବ୍ୟବହାର କରିଛି । ହେଲେ ଚୀନର ଏହି ଶସ୍ତା ଜିନିଷ ପାକିସ୍ତାନକୁ ଧୋକା ଦେଇଛି । ଭାରତ ଉପରେ ଆକ୍ରମଣ ସମୟରେ ପାକ୍ ସେନାର ଏହି ଚୀନ କ୍ଷେପଣାସ୍ତ୍ର ଫୁସକି ଯାଇଛି । ଏପରି ଏକ କ୍ଷେପଣାସ୍ତ୍ର ମିଳିଛି ପଞ୍ଜାବର ହୋଶିଆରପୁର ଅଞ୍ଚଳରୁ ।
ଶୁକ୍ରବାର ସକାଳେ କିଛି ଲୋକ ଏକ ସ୍ଥାନରେ କ୍ଷେପଣାସ୍ତ୍ର ପଡ଼ିଥିବା ଦେଖିଥିଲେ । ସେଥିରେ ପିଏଲ-୧୫ ଲେଖାଯାଇଛି, ଯାହା ଚୀନର କ୍ଷେପଣାସ୍ତ୍ର ବୋଲି ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପଟୁ ଡ୍ରୋନ ଏବଂ ଯୁଦ୍ଧ ବିମାନ ସହାୟତାରେ ଭାରତ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା । ହେଲେ ଭାରତର ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ସେସବୁକୁ ନଷ୍ଟ କରିଦେଇଥିଲା ।
No Result
View All Result