No Result
View All Result
ଭୁବନେଶ୍ୱର :- ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାକୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ମିଳିତ ଗଣମାଧ୍ୟମ ମହାମଞ୍ଚ ଓ ସମାଜସେବୀ, ସାଧାରଣନାଗରିକ l ମହାମଞ୍ଚ ପକ୍ଷରୁ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ଓ ସାମ୍ବାଦିକ ରମେଶ କୁମାର ମହାପାତ୍ର,ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ, ନାରାୟଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା,
ପ୍ରମୁଖ ଏକାଠି ହୋଇ ସ୍ଥାନୀୟ ବୁଦ୍ଧ ମନ୍ଦିର ଗେଟ ସମ୍ମୁଖରେ ରେ ଭାରତୀୟ ସେନା ର ବୀରତ୍ୱ, ଦକ୍ଷତା, ଅଦମ୍ୟ ସାହସ, ସୌର୍ଯ୍ୟ ର ପରାକାଷ୍ଠା ଉପରେ ମତବ୍ୟକ୍ତ କରିବା ସହିତ ପାକିସ୍ତାନ ଅଧିକୃତ କାଶ୍ମୀର କୁ ଫେରାଇ ଆଣନ୍ତୁ ବୋଲି ସ୍ଲୋଗାନ ଦେଇ ଥିଲେ l
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ରେ ପହଲ ଗ୍ରାମ ଠାରେ ଅତି ବର୍ବରତା ସହ ଆମ ୨୬ ଜଣ ପର୍ୟ୍ୟଟକ ଙ୍କୁ ପାକିସ୍ତାନ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ l .ଅପରେସନ ସିନ୍ଦୁର ଜାରି ରହିଥିବା କୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରିବା ସହ ସରକାରଙ୍କ ସହ ଆମେ ଅଛୁ ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ କୁ ସମାଜସେବୀ ନାରାୟଣ ଖୁଣ୍ଟିଆ, ପ୍ରିୟବ୍ରତ ବାରିକ ଓ ପ୍ରଜ୍ଞା ପରିଚାଳନା କରିଥିଲେ l
No Result
View All Result