No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ତିଛିଣି ମହାମାନବ ମହାତ୍ମାଗାନ୍ଧୀ ଯୁବକ ସଂଘ ଆନୁକୂଲ୍ୟରେ ତ୍ରିଲୋଚନେଶ୍ୱର ଦେବ ଷ୍ଟାଡିୟମ ଠାରେ ଚାଲିଥିବା ୨୨ ତମ ବ୍ଳକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଆଳୁପାଟଣା ଦଳ ଚମ୍ପିୟାନ ହୋଇଛି । ଏହି ଦିବସର ଖେଳ ତ୍ରିଲୋଚନେଶ୍ଵର ଦେବ କ୍ରିକେଟ ଟିମ ତିଛିଣି ବନାମ ଏଭ୍ରି ଗ୍ରୀନ କ୍ରିକେଟ ଟିମ ଆଳୁପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଳୁପାଟଣା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୧୦୩ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତିଛିଣି ଦଳ ଆବଶ୍ୟକ ରନ ସଂଗ୍ରହ ନକରିପାରି ପରାଜୟ ହୋଇଥିଲା ।
ପ୍ରକାଶ କୁମାର ପଲେଇ, ଯଶୋବନ୍ତ ଜେନା ଖେଳ ପରିଚାଳନା କରିଥିବା ବେଳେ ଅଜୟ କୁମାର ପ୍ରଧାନ, ହିରଣ୍ୟ ସାହୁ, ତପନ କୁମାର ଜେନା ଧାରବିବରଣୀ ଏବଂ ମୁନ୍ମୟ ସାହୁ ସ୍କୋର ବୋର୍ଡରେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲଣ୍ଡା ପଞ୍ଚାୟତ ସରପଞ୍ଚ ବିଷ୍ଣୁ ପ୍ରିୟା ବିଶ୍ୱାଳ, ସମିତିସଭ୍ୟା ମାନସୀ ସାହୁ, ଅଲଣ୍ଡା ପଞ୍ଚାୟତ ବିଜେପି ସଭାପତି ଶରତ ଚନ୍ଦ୍ର ଜେନା, ତିଛିଣି ଗ୍ରାମ୍ୟ କମିଟି ସମ୍ପାଦକ କୁମର ସାହୁ, ବୀଣାପାଣି ୟୁଥ କ୍ଳବ ସମ୍ପାଦକ ବୈକୁଣ୍ଠ ଜେନା, ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳାଇ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result