No Result
View All Result
ଆୟୋଜକ ଏନ ପି ଏସ ଶିକ୍ଷକ ସଂଘ ଗୋପ ବ୍ଲକ ଓ ତରଙ୍ଗିରା ଉପ୍ରା ବିଦ୍ୟାଳୟ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ମନୁଷ୍ୟ ଜୀଵନ ରେ ଯଦି କିଛି ଅଧିକ ଜାଣିବାର ଇଛା ଥାଏ ତେବେ ଶିକ୍ଷା ହି ଏକମାତ୍ର ମାର୍ଗ l ଯାହା ପାଖରେ ଯେତେ ଅଧିକ ସୂଚନା ସିଏ ସେତେ ଶକ୍ତିଶାଳୀ ଆଉ ସିଏ ସମସ୍ତ ଜ୍ଞାନ କୌଶଳ ର ଅଧିକାରୀ ମଧ୍ୟ ହୋଇଥାଏ l ସମସ୍ତ ଶିଶୁ ଙ୍କର ପ୍ରାରମ୍ବରୁ ଗୁରୁ ହେଲେ ପିତାମାତା ଓ ଦ୍ୱିତୀୟ ଗୁରୁ ହେଲେ ଶ୍ରେଣୀର ଶିକ୍ଷକ ଓ ଶିକ୍ଷୟତ୍ରୀ l ଏମିତି କିଛି ଅନେକ ହିତଉପଦେଶ ଦେଇଥିଲେ ସ୍ମୃତିରାଣୀ ମିଶ୍ର ତାଙ୍କ ଅବସକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ… l ଗୋପ ଶିକ୍ଷା ମଣ୍ଡଳ ଅଧିନସ୍ତ ତରଙ୍ଗୀର ଗଜାନନ ଉପ୍ରା ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ମୃତିରାଣୀ ମିଶ୍ରଙ୍କୁ ବିଦାୟ ଦେଲାବେଳେ ଉପସ୍ଥିତ ଅତିଥିଙ୍କ ମୁହରୁ ଅନେକ ଭାବପୂର୍ଣ୍ଣ ବକ୍ତ୍ୟବ୍ୟ ଶୁଣିବାକୁ ମିଳିଥିଲା l

ସମସ୍ତ ଛାତ୍ର ଛାତ୍ରୀ ଙ୍କ ଗହଣରେ ସ୍ମୃତିରାଣୀ ସ୍ମୃତି ସାଉଁଠିଥିଲେ ଆଉ ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦ ନିଜ ନିଜର ଅନୁଭୂତି କୁ ତାଙ୍କ ଅବିଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ l ଉକ୍ତ ଅବସରକାଳୀନ ଉତ୍ସବ ରେ ସଭାପତିତ୍ୱ କରିଥିଲେ – ଅର୍ଜୁନ ଚରଣ ବେହେରା ପ୍ରଧାଶିକ୍ଷକ ତରଙ୍ଗୀର ଉଚ୍ଚ ବିଦ୍ୟାଳୟ l ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଯୁବରାଜ ବିଶ୍ୱାଳ ପୂର୍ବତନ ପ୍ରଧାନଶିକ୍ଷକ l ମୁଖ୍ୟ ଵକ୍ତା ଭାବେ ଯୋଗ ଦେଇଥିଲେ ରବୀନ୍ଦ୍ର ବେହେରା ପୂର୍ବତନ ପ୍ରଧାନଶିକ୍ଷକ l ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ହେଲେ ସୁକାନ୍ତ କୁମାର ଶତୃଶଲ୍ୟ, ଦୀପକ କୁମାର ସେନାପତି (ସି ଆର ସି ସି ) ଗୋପ କ୍ଲତଷ୍ଟୋର,

ଶେକ ମକସୁଦ ହୋସେନ (ସମ୍ପାଦକ ) ଏନ ପି ଏସ ଶିକ୍ଷକ ସଂଘ ଗୋପ ବ୍ଲକ, ମୁସାହିଦ ତହସିନ ପରୁୱାଜ ( ଉପ-ସଭାପତି ) ଶିକ୍ଷକ ସଂଘ, ଏହାର ଆୟୋଜକ ଥିଲେ ଗୋପ ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ଓ ପ୍ରଧାନଶିକ୍ଷତ୍ରୀ ତରଙ୍ଗିରା ଉପ୍ରା ବିଦ୍ୟାଳୟ ତରଙ୍ଗିରା, ଗୋପ, ପୁରୀ l ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଉକ୍ତ ବିଦ୍ୟାଳୟ ର ଛାତ୍ରୀଛାତ୍ରୀ ବୃନ୍ଦ l ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବେ ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା l ଉକ୍ତ ଅବସର କାଳୀନ ଉତ୍ସବ ରେ ଗୋପ ବ୍ଲକ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପ-ଢ଼ୋକନ ପ୍ରଦାନ କରାଯାଇଥିଲା l ତତସହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଅନେକ ଉପହାର ସ୍ମୃତିରାଣୀ ଗୁରୁମା ଙ୍କ ପ୍ରଦାନ କରାଯାଇଥିଲା l ପରିଶେରେ ଦାନ୍ୟବାଦ ଅର୍ପଣ କରିଥିଲେ ଆଲୋକ ରଞ୍ଜନ ପ୍ରଧାନ l
No Result
View All Result