ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକର ଆଲିସି ପଞ୍ଚାୟତର ଶତାଧିକ ଲୋକ ଆଜି ବିଜେପିରେ ଯୋଗଦେଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜେ ଦଳୀୟ ପତାକା ଓ ଉତ୍ତରୀୟ ପ୍ରଦାନ କରି ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ବିଜେପିରେ ଯୋଗଦେଇଥିବା କର୍ମୀଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟାଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ୩୦ଟି ପରିବାର ଅଛନ୍ତି ।

ବିଜେପିର ସ୍ୱଚ୍ଛ ଏବଂ ନିର୍ମଳ ଶାସନ ଏବଂ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି । ଏହି ଅବସରରେ ଏକ ବିଶାଳ ପଦଯାତ୍ରାର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ତାଙ୍କ ପ୍ରତିନିଧି ଅଶୋକ ପଟ୍ଟନାୟକ, ବାବି ଟୌଧୁରୀ, ଶଶୀଭୂଷଣ ପାତ୍ରଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଯୋଗଦାନ କରିଥିଲେ ।

ଏହି ଅବସରରେ ଆଯୋଜିତ ସଭାରେ ଦଳରେ ନୂଆକରି ଯୋଗଦେଇଥିବା କର୍ମୀଙ୍କୁ ଖୁବ୍ ଉତ୍ସାହିତ କରିଛନ୍ତି ଅପରାଜିତା । ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ହେଉଛି ବିଜେପି । ଯାହାର ୨୦ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ଅଛନ୍ତି । ପୁଣି ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଅଛନ୍ତି । ୨୦୧୯ ଆଉ ୨୦୨୫ରେ ଘରୁ ବାହାରି ଭୋଟ୍ ଦେଇ ଲୋକସଭା ପଠାଇଥିବାରୁ ଆଜି ଭୁବନେଶ୍ୱରବାସୀଙ୍କ ସେବା କରିବାର ସୁଯୋଗ ପାଇଛି ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅପରାଜିତା ।

ଏଠି ଭାଷଣ ଦେବା ଲୋକ ବହୁତ ଅଛନ୍ତି । ତେଣୁ ମୋତେ ଭାଷଣ ଦେବାର ନାହିଁ, କାମ କରିବାର ଅଛି । ଖୋର୍ଦ୍ଧା ଜିଲ୍ଲାପାଳ ଥିବା ସମୟରେ ମହାବାତ୍ୟାରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍ ବ୍ୟାପକଭାବେ ପ୍ରଭାବିତ ହୋଇଥିଲା । ଯାହାକି ତାଙ୍କୁ ବହୁତ କଷ୍ଟ ଦେଇଥିଲା ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଅପରାଜିତା । ତତ୍କାଳିନ ସରକାରଙ୍କ ସାହାଯ୍ୟ ନେଇ ଏହି ଦୁଇ ବ୍ଲକର ପୁନରୁଦ୍ଧାର କରିବାରେ ସେ ପ୍ରମୁଖ ଭୂମିକା ନିଭାଇଥିବା କହିଛନ୍ତି ।

ତେଛଡ଼ା ତାଙ୍କ ପାଇଁ ରାଜନୀତିର ଅର୍ଥ ସବୁ ଯାଗାରେ ବିକାଶ କାର୍ଯ୍ୟ । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅଭିଯୋଗର ଶୁଣାଣୀ ଓ ସମାଧାନ ବୋଲି କହିଛନ୍ତି ସେ । ଏହା ସହ ପୂର୍ବର ବିଜେଡି ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଅପରାଜିତା । କାରଣ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାଂସଦ ଥିବା ସମୟରେ ତାଙ୍କୁ ଲୋକଙ୍କ ସେବା କରିବାରେ ବାଧକ ସାଜିଥିଲା ବିଜେଡି ସରକାର । ପୂର୍ବ ସରକାର ସହଯୋଗ କରିବା ପରିବର୍ତ୍ତେ ବିଭିନ୍ନ ସମୟରେ ଅପରାଜିତାଙ୍କୁ ହଇରାଣ କରୁଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି ନିଜେ ଅପରାଜିତା ।

ଆଉ ସେତେବେଳେ ହିଁ ବିଜେଡିକୁ ହଟାଇ ଓଡ଼ିଶାରେ ନରେନ୍ଦ୍ର ମୋଦି ସରକାରକୁ ଆଣିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ସାଂସଦ କହିଛନ୍ତି । ଆଗାମୀ ଦୁଇବର୍ଷ ମଧ୍ୟରେ ତାଙ୍କ ସଂସଦୀୟ କ୍ଷେତ୍ରର ସମସ୍ତ ପଞ୍ଚାୟତ ଓ ସମସ୍ତ ଗାଁରେ ବିକାଶ କାର୍ଯ୍ୟ ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଖାଲି ସେତିକି ନୁହେଁ । ଏହି ସମୟ ମଧ୍ୟରେ ସମସ୍ତଙ୍କ ନିକଟରେ ପାଣି, ବିଜୁଳି, ଗ୍ୟାସ୍ ସିଲିଣ୍ଡର, ଶୌଚାଳୟ, ରାସ୍ତା ଓ ଡ୍ରେନ୍ ମଧ୍ୟ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ।

ଜୟଦେବ ନିର୍ବାଚନ ମଣ୍ଡଳୀର ସବୁଠୁ ପୁରୁଣ୍ କ୍ଲବ ଗୋପୀନାଥ ଯୁବକ ସଂଘ ପକ୍ଷରୁ ଏହି ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଯେଉଁଥିପାଇଁ ଗୋପୀନାଥ ଯୁବକ ସଂଘର ଏକ ଅସମ୍ପୂର୍ଣ୍ଣ ପାଠାଗାରକୁ ସମ୍ପୂର୍ଣ୍ଣ କରିବାକୁ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଅପରାଜିତା ।