• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହିଳା ଉଦ୍ୟୋଗୀମାନେ ନିର୍ଭୀକ ଭାବେ ସ୍ୱପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ – ରାଜ୍ୟପାଳ

Proprietor Abhimanyu Maharana by Proprietor Abhimanyu Maharana
May 5, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ମହିଳା ଉଦ୍ୟୋଗୀମାନେ ନିର୍ଭୀକ ଭାବେ ସ୍ୱପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ – ରାଜ୍ୟପାଳ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ମହିଳା ଉଦ୍ୟୋଗୀମାନେ ନିର୍ଭୀକ ଭାବେ ସ୍ୱପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୪ ତାରିଖ ଦିନ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଏଂଟରପ୍ରିନେଅରସିପ୍ କାଉନ୍‌ସିଲ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମହିଳା ବାଣିଜ୍ୟ ମେଳା – ୨୦୨୫ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ବାଣିଜ୍ୟ ମେଳାରେ ଅଂଶ ଗ୍ରହଣକାରୀମାନଙ୍କର ଉତ୍ସାହ ଓ ସଫଳତାକୁ ପ୍ରଶଂସା କରି ରାଜ୍ୟପାଳ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ଆତ୍ମ ମର୍ଯ୍ୟାଦା, ସୃଜନଶୀଳତା ଓ ସାହସର ସହ ମହିଳା ଉଦ୍ୟୋଗୀମାନେ ଭାରତର ବିକାଶ କାହାଣୀର ନୂତନ ଅଧ୍ୟାୟ ଲେଖୁଛନ୍ତି । ସେମାନଙ୍କୁ ଏ ଜାତିର ଗର୍ବ ଏବଂ ଭବିଷ୍ୟତ ପୀଢ଼ି ପାଇଁ ଆଲୋକବର୍ତିକା ଭାବେ ଅଭିହିତ କରି ଏକ ସମୃଦ୍ଧ ଏବଂ ସଶକ୍ତ ଭାରତର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ରାଜ୍ୟପାଳ ପୁଣି କହିଥିଲେଯେ, ମହିଳାମାନେ ସର୍ବଦା ସ୍ରଷ୍ଟା, ଯତ୍ନଶୀଳା ଏବଂ ସମାଜ ନିର୍ମାତା ହୋଇ ଆସିଛନ୍ତି ।

ଅଧୁନା, ସେମାନେ ବ୍ୟବସାୟ, ପ୍ରଯୁକ୍ତି ବିଦ୍ୟା, ବିକାଶ ଓ ସାମାଜିକ ନବସୃଜନ କ୍ଷେତ୍ରରେ ପରିବର୍ତନକାରୀର ଭୂମିକା ନିଭାଇଛନ୍ତି । ଏହି ମେଳା ଗୋଟିଏ ଛାତ ତଳେ ବିବିଧତାକୁ ପ୍ରତିନିଧିତ୍ୱ କରିବା ଉତ୍ସାହଜନକ । ଆପଣମାନେ କେବଳ ଉଦ୍ୟୋଗୀ ନୁହଁନ୍ତି, ବରଂ ରାଷ୍ଟ୍ର ନିର୍ମାଣ ଏବଂ ପ୍ରତ୍ୟେକ ସମାବେଶୀ, ସ୍ୱବଲମ୍ବୀ ଏବଂ ପ୍ରତିଶ୍ରୁତିବନ୍ଧ ବିକଶିତ ଭାରତର ଆତ୍ମାକୁ ପ୍ରତିନିଧିତ୍ୱ କରୁଛନ୍ତି । ଯେତେବେଳେ ଜଣେ ମହିଳା ସଫଳ ହୁଅନ୍ତି ଏକ ପରିବାର ପ୍ରଗତି କରେ ।

ଯେତେବେଳେ ହଜାର ହଜାର ମହିଳା ଏକାଠି ହୁଅନ୍ତି ଦେଶ ପରିବର୍ତନ ହୁଏ ଏବଂ ଏହି ବାଣିଜ୍ୟ ମେଳା ସେହି ଗତିଶୀଳ ପରିବର୍ତନର ପ୍ରମାଣ ଭାବେ ଉଭା ହୋଇଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ । ଏତଦ୍‌ବ୍ୟତୀତ ମହିଳା ଉଦ୍ୟୋଗୀମାନେ ପୁଞ୍ଜି, ଦକ୍ଷତା ବିକାଶ ଏବଂ ବଜାର ପ୍ରବେଶ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏବଂ ସେମାନଙ୍କର ଉନ୍ନତି ପାଇଁ ସରକାରଙ୍କ ପ୍ରବର୍ତିତ ହୋଇଥିବା ବିଭିନ୍ନ ଯୋଜନା ଯଥା – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା, ଦେନା ଶକ୍ତି ଯୋଜନା, ନୀତି ଆୟୋଗର ମହିଳା ଏଂଟରପ୍ରିନେଅରସିପ୍ ପ୍ଲାଟଫର୍ମ, ଲକ୍ଷ ପତି ଦିଦି ଯୋଜନା,

ଏସ.ଏଚ.ଜି, ଡ୍ରୋନ୍ ଦିଦି ଯୋଜନା, ମିଶନ ଶକ୍ତି, ଷ୍ଟାର୍ଟ ଅପ୍ ଓଡିଶା ଏବଂ ବିବିଧ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ଏବଂ ଉଦ୍ୟୋଗୀ ଇକୋସିଷ୍ଟମ୍‌ରେ ସେମାନଙ୍କର ଅଂଶ ଗ୍ରହଣକୁ ଉତ୍ସାହିତ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଛନ୍ତି ବୋଲି କହିଥିଲେ । ବିଶେଷ କରି ଗ୍ରାମୀଣ ଏବଂ ଜନଜାତି ଅଂଚଳ ମହିଳାମାନେ ଏହି ଆର୍ଥିକ ପୁନରୁଥାନର ଅଂଶ ହେବାକୁ ସୁନିଶ୍ଚିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରି ଏହା ବିକଶିତ ଓଡିଶା ଏବଂ ବିକଶିତ ଭାରତକୁ ଶକ୍ତି ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଥିଲେ ।
ଏହି ସମାରୋହର ପ୍ରାରମ୍ଭରେ ଆଇ.ସି.ସି. ଓଡିଶା ଚାପ୍ଟରର ଅଧ୍ୟକ୍ଷ ରାଜୀବ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କନ୍‌ଭେନର୍ ପ୍ରୀତି ପଲ୍ଲବୀ ପଟ୍ଟନାୟକ ଏବଂ କୋ-କନ୍‌ଭେନର୍ ସ୍ୱାତୀ କେଜ୍ରିୱାଲ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କୋ-କନ୍‌ଭେନର୍ ସୁମା ଦେବୀ ଦାଶ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିି ବିଶେଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

May 11, 2026
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

May 11, 2026
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version