No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ଯାଜପୁର – ଯଖପୁରା ସେକ୍ସନରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ପାଇଁ ଯାଜପୁର କେନ୍ଦୁଝର ରୋଡ଼ରେ, “ଇ-କ୍ଲିନିକ୍” ସୁବିଧାର ଉଦଘାଟନ କରିଛନ୍ତି।ଏହି ଇ-କ୍ଲିନିକ୍ ଦ୍ବାରା ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟ ମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ ଚିକିତ୍ସା ସହାୟତା ପାଇପାରିବେ ।

ଏହି ପ୍ରକାରର ଇ-କ୍ଲିନିକ୍ ସୁବିଧା ଭାରତୀୟ ରେଳବାଇରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି । ଏହି ଇ-କ୍ଲିନିକ୍ ସୁବିଧା ଆଉଟସୋର୍ସିଂ ମାଧ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି ଏବଂ ଏହା ଯାଜପୁର-ଜଖପୁରା ସେକ୍ସନରେ କାର୍ଯ୍ୟରତ ୬୮୫ ଜଣ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାରଙ୍କ ଚିକିତ୍ସା ଆବଶ୍ୟକତା ପୂରଣ କରିବ।

ଯେଉଁଥିରୁ ୫୩୫ ଜଣ ରନିଂ ଷ୍ଟାଫ୍ ଅଛନ୍ତି।ପୂର୍ବରୁ ଏହି ସେକ୍ସନର ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସେମାନଙ୍କର ଚିକିତ୍ସା ପାଇଁ ଭଦ୍ରକର ରେଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ । ଇ-କ୍ଲିନିକ୍ ସୁବିଧାରେ ଅନେକ ବୈଶିଷ୍ଟ୍ୟ ରହିଛି ଯେ’ପରିକି ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ UMID କାର୍ଡ ପଞ୍ଜିକରଣ ପରେ ଅନଲାଇନ୍ ମୋଡ୍ରେ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ ।

ପଞ୍ଜିକୃତ ସଦସ୍ୟଙ୍କ ପାଇଁ ଇ-ପରାମର୍ଶ 24X7 ଉପଲବ୍ଧ ହେବ। ରୋଗୀମାନେ ଇ-କ୍ଲିନିକ୍ରେ ଫାର୍ମାସିଷ୍ଟଙ୍କ ଠାରୁ ପ୍ରେସକ୍ରିପସନ୍ ହୋଇଥିବା ଔଷଧ ପାଇପାରିବେ। ଇ-କ୍ଲିନିକ୍ରେ ପାଥୋଲୋଜିକାଲ୍ ପରୀକ୍ଷା ସୁବିଧା ମଧ୍ୟ ଉପଲବ୍ଧ। ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏପରି ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରିଥିବାରୁ
ଖୋର୍ଦ୍ଧାରୋଡ୍ ଡିଭିଜନର ଚିକିତ୍ସା ବିଭାଗକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏହି ସେକ୍ସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଇ-କ୍ଲିନିକ୍ ସୁବିଧାର ପୂର୍ଣ୍ଣ ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ) ଶ୍ରୀ ପି.କେ.ବେହେରା ଖୋର୍ଦ୍ଧା ରୋଡର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡକ୍ଟର ସବିତା ଶତପଥୀ ଏବଂ ଡିଭିଜନର ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।
No Result
View All Result