No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ତମାଣ୍ଡୋ :- ସ୍ଥାନୀୟ ତମାଣ୍ଡୋ ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରର ୨୪ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗ ଦେଇ ଓଡ଼ିଆ ଅସ୍ମିତା, ଉତ୍ସର୍ଗୀକୃତ ଛାତ୍ର ଜୀବନରେ ବିଦ୍ୟାକୁ ନିଜର ଆଭୁଷଣ ଭାବରେ ଚିନ୍ତା କରି ତାହାର ଠିକ୍ ଭାବରେ ଯତ୍ନ ନେବା ପାଇଁ ତଥା ନୂତନ ଶିକ୍ଷାନୀତି – ୨୦୨୦ର ଆଭିମୁଖ୍ୟ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତମାଣ୍ଡୋର ପ୍ରତିଟି ଛାତ୍ର ଭାରତର ଜଣେ ଶୃଙ୍ଖଳିତ, ଦେଶପ୍ରେମୀ ତଥା ସମର୍ପିତ ନାଗରିକ ହେବା ପାଇଁ ନିଜ ଭାଷଣରେ ବ୍ୟକ୍ତ କରିଥିଲେ ସମ୍ମାନିତ ଅତିଥି ଅଧ୍ୟାପିକା ଡଃ. ନମିତା ପଟ୍ଟନାୟକ, ରାଜ୍ୟ ସହକାରୀ କମିଶନର (ଗାଇଡ୍) ।
ଯୋଗ ହିଁ ଜୀବନ, ଉତମ ସ୍ୱାସ୍ଥ୍ୟ ଦ୍ୱାରା ଜଣେ ଉତମ ଛାତ୍ର ନିଜର ଜୀବନରେ ଆଗକୁ ବଢ଼ି ପାରିବେ ବୋଲି ମତ ରଖିଥିଲେ ଅନ୍ୟତମ ଅତିଥି ପତଞ୍ଜଳୀ ଯୋଗ କେନ୍ଦ୍ରର ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ସୁଧାଂଶୁ ଶେଖର ଅଧିକାରୀ ମହୋଦୟ । ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଐତିହାସିକ ପ୍ରଫେସର ଡଃ. ନିହାର ରଂଜନ ପଟ୍ଟନାୟକ ଜଣେ ଶିକ୍ଷକ ଓ ଛାତ୍ର ମଧ୍ୟରେ ଥିବା ସମ୍ପର୍କକୁ ଉପସ୍ଥାପନା କରିବା ସହ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର-ଛାତ୍ରୀ ମାନଙ୍କର ବାର୍ଷିକ ଫଳାଫଳର ସଫଳତାକୁ ନେଇ ଅନେକ ପ୍ରଶଂସା କରିଥିଲେ । ରାଷ୍ଟ୍ରଦୀପ ସାପ୍ତାହିକ ପତ୍ରିକାର ସଂପାଦକ ଜଣେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମୀ ଭାବରେ ଜଣେ ସଚ୍ଚୋଟ କର୍ମବୀର ତଥା ପରୋପକାରୀ ବ୍ୟକ୍ତି ହେବା ପାଇଁ ଆହ୍ୱାନ୍ ଦେବା ସହ ଛାତ୍ର-ଛାତ୍ରୀ ମାନଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ପ୍ରଶଂସା କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଅଚାର୍ଯ୍ୟା ଶ୍ରୀମତୀ ମିନାକ୍ଷୀ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ସଭାପତି ତଥା ଉପାଦେଷ୍ଟା ଇଂ. ସ୍ମୃତିରଞ୍ଜନ ବଳ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଶିଶୁ ମାନଙ୍କ ଭବିଷ୍ୟତ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ସ୍ଥାୟୀ ସଂପାଦକ ଶ୍ରୀଯୁକ୍ତ ଇଶ୍ୱର ଚନ୍ଦ୍ର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଆ ସିନେମା ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଦାସ ନିଜର କମେଡି ମାଧ୍ୟମରେ ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରାଇଥିଲେ । ତମାଣ୍ଡୋ ଅଂଚଳର ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ଶିକ୍ଷକ ଓ ବିଦ୍ୟାଳୟର କୃତୀ ଛାତ୍ର-ଛାତ୍ରୀ ମାନଙ୍କୁ ବାଚସ୍ପତି ମହୋଦୟା ସମ୍ମାନିତ କରିଥିଲେ ।
No Result
View All Result