ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛି। ନିଷ୍ଠାପର ଚେଷ୍ଟା କେବେ ବିଫଳ ହୁଏ ନାହିଁ। ଏହା ପ୍ରମାଣିତ କରି ଦେଖାଇଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ। ଯାହାକି ଚଳିତ ଶିକ୍ଷାବର୍ଷରେ ଉକ୍ତ ବିଦ୍ୟାଳୟରୁ ୫୬ ଜଣ ହାଇସ୍କୁଲ ବୋର୍ଡ ପରୀକ୍ଷା ଦେଇ ଶତ ପ୍ରତିଶତ ସଫଳତା ଲାଭ କରି ବିଦ୍ୟାଳୟର ସୁନାମକୁ ବହୁଗୁଣିତ କରିଛନ୍ତି।

ସେଥି ମଧ୍ୟରୁ ତିନିଜଣ A-1 ପାଇ ଜିଲ୍ଲାର ଗୌରବକୁ ବଢ଼ାଇ ଅଛନ୍ତି। ଅନିତା ଦଳାଇ(A-1) 544 , ଚନ୍ଦ୍ରଶେଖର ଦଳାଇ (A-1) 543, ହିରବତୀ ରଇତ (A-1)-541 ରଖିଥିବା ବେଳେ (A-2)- 15 ଜଣ,(B-1)- 27 ଜଣ,(B-2)-.7 ଜଣ, ଏବଂ C- 4 ଜଣ ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଜ୍ଞାପନ କରାଯାଇଛି।
















