
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କୋରାଇ :– ଖରସ୍ରୋତାରୁ ବନ୍ୟା କମିଯାଇଛି । ହେଲେ ଏବେବି ପାଣିରେ ଅଛନ୍ତି ନଦୀପଠା ବାସୀ । ସେହି ବନ୍ୟା ପ୍ରପୀଡିତଙ୍କ ପାଖରେ କୋରାଇ ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ପହଂଚି ଘର ଭାଙ୍ଗିଯିବା, ଚାଷଜମି ଉଜୁଡିବା, ଗୃହପାଳିତ ପଶୁ ମୃତାହତହେବା ଆଦି ବିଷୟ ଉପରେ ପଚାରିବୁଝିଥିଲେ । ଏନେଇ ପ୍ରଶାସନ ପାଖରେ ପହଂଚାଇବା ଓ ଆଲୋଚନା କରି ସରାକାରୀ ସହାୟତ ପ୍ରଦାନ ନିମନ୍ତେ ଦାବି କରିବେ ବୋଲି ପ୍ରପୀଡିତ ଙ୍କୁ ବୁଝାଇଥିଲେ ।

ଏହି ପରିପ୍ରେକ୍ଷିରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ବଡ ତ୍ରିଲୋଚନପୁର ଆଦି ଖରସ୍ରୋତ ବନ୍ୟା ବିପନ୍ନ ଅଂଚଳରେ ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ରିଲିଫ ବଂଟନ କରାଯାଇଥିଲା । ଏହି ରିଲିଫ ବଂଟନ କାର୍ଯ୍ୟରେ ଅକ୍ଷୟକୁମାର ଜେନାଙ୍କ ସମେତ ଅବିନାଶ ନାୟକ, ଅଭୟ କୁମାର ପାତ୍ର, ସୁଧାଂଶୁ ରାଉତ, ଆନନ୍ଦ ସାହୁ, ସଞ୍ଜୟ ପୃଷ୍ଟି, ଚନ୍ଦନ ନାଥ, ମେଘନାଥ ଜେନା, ଚୈତନ୍ୟ ନାଥ, ପଂଚାନନ ଜେନା ପ୍ରମୁଖ ଯୁବ କର୍ମୀ ଓ କର୍ମକର୍ତା ମାନେ ସାମିଲ ହୋଇ ସହଯୋଗ କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )














