No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ପଞ୍ଚାୟତ ସମିତି ର ସ୍ୱତନ୍ତ୍ର ଅଷ୍ଟମ ସାଧାରଣ ବୈଠକ ଶୁକ୍ରବାର ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ,ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ, ଏବିଡ଼ିଓ ନିରୋଦ କୁମାର ସାମଲ ଯୋଗ ଦେଇଥିଲେ l ତେବେ ଏଜେଣ୍ଡା ଅନୁସାରେ ବିକଶିତ ଗାଁ ବିକଶିତ ଓଡିଶା ସସମ୍ପର୍କ ରେ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଇ ଥିଲା l ପ୍ରତ୍ୟକ ପଂଚାୟତରୁ ଆସିଥିବା ପ୍ରକଳ୍ପ ତାଲିକା କୁ ଜିପିଓ ପାୟଲ ମହାପାତ୍ର ପଢି ଶୁଣାଇଥିଲେ l

ଓ ସେଗୁଡିକ ବୈଠକରେ ପାରିତ ହୋଇଥିଲା l ଯେଉଁ ପଞ୍ଚାୟତ ର ପ୍ରକଳ୍ପ ତାଲିକାରେ ତ୍ରୁଟି ରହିଛି ସେଗୁଡିକୁ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଜିପିଓ ଙ୍କ ପାଖରେ ବସି ତ୍ରୁଟି ସୁଧାରିବା ପାଇଁ ବିଧାୟକ ଡ଼ଃ ଭୋଇ କହି ଥିଲେ ତାହା ମଧ୍ୟ ସ୍ଥିର କରାଯାଇଥିଲା l ସମୁଦାୟ 21 ଟି ପଂଚାୟତରେ 2କୋଟି 1ଲକ୍ଷ୍ୟ 12ସହ 74 ଟଙ୍କା ଖର୍ଚ୍ଚ ହେବାପାଇଁ ଅନୁମୋଦନ କରାଯାଇଥିଲା l ନିୟମ ଅନୁସାରେ ବିଧାୟକ ଏଥିରେ 40 ପ୍ରତିଶତ ଅର୍ଥର ପ୍ରକଳ୍ପ ଚିଠା ଦେବାପାଇଁ ଥିବାବେଳେ ବିଧାୟକ ଡ଼ଃ ଭୋଇ ସେସବୁକୁ ପଞ୍ଚାୟତ ଜନ ପ୍ରତିନିଧି ଙ୍କ ଉପରେ ଛାଡିଦେଇଥିଲେ l

ଆବାସ ଯୋଜନା ର ସର୍ଭେ ବହୁଜାଗାରେ ହୋଇ ନଥିବା ବିଧାୟକ ଓ ପଞ୍ଚାୟତ ଜନ ପ୍ରତିନିଧି ଅଭିଯୋଗ କରିଥିଲେ l ତୁରନ୍ତ ସର୍ଭେ ହୋଇନଥିବା ଘର କୁ ସର୍ଭେ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା l ଭିନ୍ନକ୍ଷମ ଓ ବିଧବା ମାନଙ୍କ ପାଇଁ ଆସିଥିବା ଅନ୍ତଦ୍ବୟ ଗୃହ ଠିକ ଲୋକଙ୍କୁ ଚିହ୍ନଟ କରି ଦେବାକୁ ବିଧାୟକ ଏବିଡ଼ିଓ ଙ୍କୁ ପରାମର୍ଶ ଦେଇଥିଲେ l

ସର୍ଭେ ସମୟରେ ସମସ୍ତ ଜନପ୍ରତିନିଧି ଙ୍କୁ ସାମିଲ କରିବାକୁ ବିଧାୟକ ବୈଠକରେ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ l ପୁରଣ ହାଇସ୍କୁଲ ର ଛାତ୍ରୀ ପାୟଲ ପ୍ରିୟ ଦର୍ଶିନୀ ବେହେରା ଜିଲ୍ଲା ସ୍ତରରୁ ଯାଇ ଓସିଏ ପକ୍ଷରୁ ମନୋନୀତ ହୋଇ ଖେଳି ଥିବାରୁ ସମିତି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ ଧନ୍ୟବାଦ ଦେଇଥିଲେ l
No Result
View All Result