No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବବନ୍ଦିତ କବି ଶ୍ରୀ ଜୟଦେବଙ୍କ ଜନ୍ମ ଜୟନ୍ତୀ ଓ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ଶିଶୁ କିଶୋର ପତ୍ରିକା “କୃପାନେତ୍ର ” , ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ଶ୍ରୀଜୟ ଦେବଙ୍କ ଜନ୍ମ ପୀଠ ଖୋର୍ଦ୍ଧା ଜିଲ୍ଲା,ବାଲିଅନ୍ତା ବ୍ଲକ କେନ୍ଦୁବିଲ୍ୱ ଠାରେ ସଂକ୍ରିତନ ପଦଯାତ୍ରା,ରାଜ୍ୟସ୍ତରୀୟ କବିତା ପାଠଉତ୍ସବ, ସାହିତ୍ୟ ସଭା, ଏବଂ ରାଜ୍ୟ ପ୍ରତିଭା ସମ୍ବର୍ଦ୍ଧନା ପ୍ରଦାନ ସହ ଜୟଦେବଙ୍କ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ମୂରଲୀଧର ସାହୁ, ଉଦ୍ଘାଟକ ଭାବେ ପଣ୍ତିତ ଲିଙ୍ଗରାଜ ଆଚାର୍ଯ୍ୟ, ଏବଂ ସମ୍ମାନୀତ ଅତିଥିଭାବେ ହାଇକୋର୍ଟର ଅବସର ପ୍ରାପ୍ତ ଅଧିକାରୀ ଧୀରେନ୍ଦ୍ର ନାଥ ଦାଶ ,

ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ବିଶିଷ୍ଟ କଳାକାର ଅଭିମନ୍ୟୁ ବେହେରା, ସଞ୍ଜୟ ବରାଳ, କୃପାନେତ୍ରର ଉପଦେଷ୍ଟା ମାଗୁଣୀ ଚରଣ ସେଠୀ, ସମ୍ପାଦକ ରବିନ୍ଦ୍ର ନାଥ ପାତ୍ର, ପ୍ରମୁଖ ଯୋଗ ଦେଇ ଭକ୍ତ କବି ଶ୍ରୀଜୟଦେବଙ୍କ ଜନ୍ମଜୟନ୍ତୀ ଉପରେ ଆଲୋଚନା କରିଥିଲେ ।

ଏହି ଉତ୍ସବରେ କବି ପଣ୍ତିତ ମୂରଲୀଧର ସାହୁ, ମିନା କୁମାରୀ ପ୍ରଧାନ, ପ୍ରଣତୀ ମହାପାତ୍ର ସମେତ ବହୁ ବିଶିଷ୍ଟ କବି କବୟିତ୍ରୀମାନେ ଯୋଗ ଦେଇ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତୀ ପ୍ରତିଭାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପାଇକ ଆଖଡ଼ା, ଏବଂ ରଙ୍ଗବତୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ଏହି ଉତ୍ସବର ମଞ୍ଚ ପରିଚାଳନାରେ ଆଇନଜୀବି ଅବଦୁଲ ବାରି ଏବଂ ବିଶିଷ୍ଟ କଳାକାର ଦେବେନ୍ଦ୍ର ନାଥ ସେନାପତି ସହଯୋଗ କରିଥିଲାବେଳେ କୃପାନେତ୍ର ଅନୁଷ୍ଠାନର ସୁରେନ୍ଦ୍ର କୁମାର ସାହୁ, ରବିନ୍ଦ୍ର କୁମାର ସାହୁ, ପୁଷ୍ପଲତା ପାତ୍ର, ସୁଜାତା ଦାଶ, ଜ୍ଞାନରଞ୍ଜନ ପାତ୍ର ସମେତ କୃପାନେତ୍ର ପରିବାରର ସମସ୍ତ କର୍ମକର୍ତ୍ତା ଉତ୍ସବର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଦୀପ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result