No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ :- ସୃଜନ ହଲ, ନୟାଗଡ ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନ ନୟାଗଡ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ ତଥା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି, ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି, ଓଡିଶା ବିଧାନସଭା ଶ୍ରୀମତୀ ସୁରମା ପାଢ଼ୀ, ଏବଂ ଅଧକ୍ଷ, ଜିଲ୍ଲା ପରିଷଦ, ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ,
ମାନ୍ୟବର ବିଧାୟକ, ଖଣ୍ଡପଡ଼ା, ଶ୍ରୀ ଦୁଷ୍ମନ୍ତ ସ୍ବାଇଁ, ସଚିବ ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ, ନୟାଗଡ ଶ୍ରୀମତୀ ଅଞ୍ଜଳି ମାଛଖଣ୍ଡ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ନୟାଗଡ, ଶ୍ରୀ ଚିତ୍ତରଞ୍ଜନ ରାଉତ ଇତ୍ୟାଦି ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଆର୍ଥିକ ସହାୟତା ରାଶି ଓ ଯୋଜନା ସମ୍ବନ୍ଦେ ଆଲୋକପାତ କରିବା ସହିତ ଉପସ୍ଥିତ ନିର୍ମାଣ ଶ୍ରମିକଙ୍କୁ ଏହି ସମ୍ବନ୍ଧରେ ସଚେତନ କରାଇଥିଲେ ।
ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ ଏବଂ ପି ଏଲ ଭି ମିଳିତ ସହଯୋଗ ରେ ଏକ ଶ୍ରମିକ ସଚେତନତା କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏହି ବୈଠକରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଶିକ୍ଷାଗତ ସହାୟତା ରାଶି ୮୧ ଜଣ ଙ୍କୁ ଟଙ୍କା ୭,୩୦,୨୦୦/-, ବିବାହ ସହାୟତା ରାଶି ୨୧୬ ଜଣ ଙ୍କୁ ଟଙ୍କା ୧,୦୫,୫୦,୦୦୦/- , ମୃତ୍ୟୁ କାଳୀନ ସହାୟତା ରାଶି ୨୬ ଜଣ ଙ୍କୁ ଟଙ୍କା ୬୬, ୦୦,୦୦୦/- ,
ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୨୭ ଜଣ ଙ୍କୁ ଟଙ୍କା ୧,୩୫,୦୦୦/- ଏବଂ ୧୭ ଜଣ ଅଣସଂଗଠିତ ଶ୍ରମିକଙ୍କୁ ଟଙ୍କା ୩୨,୦୦,୦୦୦/- ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି । ସର୍ବମୋଟ ୩୬୭ ଜଣ ଙ୍କୁ ଟଙ୍କା ୨,୧୨,୧୫,୨୦୦/- ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ | ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯିବା ସହିତ ୫୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ବୈଠକ ରେ ୩୫୦ ନିର୍ମାଣ ଶ୍ରମିକ ଯୋଗଦାନ କରିଥିବା ସ୍ଥଳେ ଜିଲ୍ଲା ଶ୍ରମ ଅଧିକାରୀ (ମଙ୍ଗଳ), ନୟାଗଡ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ ଟ୍ରେଡ ୟୁନୀୟନ୍ ର କର୍ମକର୍ତ୍ତା ସହଯୋଗ କରିଥିଲେ ।
No Result
View All Result