No Result
View All Result
ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମାଥିଲି ବ୍ଲକ କଲ୍ୟାଣ ମଣ୍ଡପ ରେ ବିଶ୍ୱ ଶ୍ରମିକ ଦିବସ ପାଳନ ଓ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ଜିଲ୍ଲା ସଭାପତି ଅଶୋକ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ମାଥିଲି ବିଡିଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସସ୍ମିତା ମାଝୀ,

ମାଥିଲି ତହସିଲଦାର ସୁଶ୍ରୀ ମାନସୀ ଭୋଇ, ଜିଲ୍ଲା ସଙ୍ଘ ର ସମ୍ପାଦକ ଶ୍ରୀନିବାସ ପାତ୍ର, କାର୍ଯ୍ଯକାରୀ ସଦସ୍ୟ ଅଜିତ କୁମାର ସଗରିଆ, ମାଥିଲି ବ୍ଲକ ସଭାପତି ଶିବ ପ୍ରସାଦ ପରିଛା ପ୍ରମୁଖ ମଞ୍ଚ।ସିନ ଥିଲେ । ଉପସ୍ଥିତ ଅତିଥି ମାନେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଏହି ଅବସରରେ ପହଲଗାମରେ ଆତଙ୍କବାଦୀ ଙ୍କ ଆକ୍ରମଣ କରିବା ଘଟଣା କୁ ନିନ୍ଦା କରି ଏକ ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ନିଜର ବକ୍ତବ୍ୟ ପ୍ରଦାନ କରି ସାମ୍ବାଦିକ ମାନଙ୍କ ବିଭିନ୍ନ ନାର୍ଯ୍ୟ ଦାବି ଦିଗରେ,ସରକାର ଯେପରି ଗୁରୁତ୍ୱ ଦେଇ ସେଗୁଡିକ ପୂରଣ କରିବେ ସେନେଇ ସେ ନିଜେ ବିଧାନସଭା ରେ ସ୍ୱର ଉଠାଇବେ ବୋଲି ପ୍ରକାଶ କରିଥିଲେ ।

ଏହା ସହ ମାଥିଲି ଉତ୍କଳ ସାମ୍ବାଦିକ ସଙ୍ଘ ର କାର୍ଯ୍ୟାଳୟ ଗୃହ ପାଇଁ ଅନୁଦାନ ଘୋଷଣା କରିଥିଲେ। ଏହି ଅବସରରେ ସଙ୍ଘ ରେ କିଛି ନୂତନ ସଦସ୍ୟ ସାମିଲ ହୋଇଥିଲେ । ସେମାନଙ୍କୁ ବିଧାୟକ ଶ୍ରୀ ଖିଲ ଉତରୀୟ ଦେଇ ସ୍ୱାଗତ କରିଥିଲେ । ନୂତନ ସଦସ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା କବି ଶ୍ରୀ ରତ୍ନାକର ଦାସ, ଖଇରପୁଟ ବ୍ଲକ ର ବରିଷ୍ଠ ସାମ୍ବାଦିକ ଦଳେଇ, ସମା ମାଝୀ ପ୍ରମୁଖ । ଜିଲ୍ଲା ର ସମସ୍ତ ବ୍ଲକ ର ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ଉପସ୍ଥିତ ଥିଲେ l
No Result
View All Result