ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ଭୁବନେଶ୍ୱର :– ଭାରତର ପୂର୍ବତନ ରାଷ୍ଟ୍ର ପତି, ରାଷ୍ଟ୍ରନୀତିଜ୍ଞ, ଅଭିଜ୍ଞ ରାଜନେତା ଭାରତରନି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ୬୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପ୍ରତ୍ୟକ୍ଷ ରାଜନୀତିରେ ସକି୍ରୟ ଥିବା ଶ୍ରୀ ମୁଖାର୍ଜୀ ଭାରତର ରାଷ୍ଟ୍ର ପତି ପଦ ମଣ୍ଡନ କରିବାର ଗୌରବ ଅର୍ଜନ କରିଥିଲେ । ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଭାବେ ତାଙ୍କର ପ୍ରଚଣ୍ଡ ଜ୍ଞାନ, ମେଧା, ଅଭିଜ୍ଞତା ଏବଂ ଦୂରଦୃଷ୍ଟିସଂ ପନ୍ନ ଚିନ୍ତାଧାରା ଫଳରେ ସେ ଜଣେ ଚିନ୍ତାଶୀଳ ନୀତିନିର୍ଦ୍ଧାରକ ଭାବେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇ ପାରିଥିଲେ । ଉଚ୍ଚତର ସଂସଦୀୟ ପର ̧ରାର ବାହକ ଭାବେ ସେ ସଦାସର୍ବଦା ନୂତନ ପିଢ଼ିର ରାଜନେତା ମାନଙ୍କ ମାର୍ଗଦର୍ଶନ କରୁଥିବେ । ତାଙ୍କର ପରଲୋକ ସହିତ ଏକ ମହାନ୍ ଯୁଗର ଅବସାନ ଘଟିଛି । ମନ୍ତ୍ରୀ ଶ୍ରୀମତୀ ସାହୁ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।














