No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ଏକ ଯଥାର୍ଥ ପଦକ୍ଷେପ । ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନୟାଗଡ଼ ବ୍ଲକର ଚତୁର୍ଥଶ୍ରେଣୀ କର୍ମଚାରୀ ବଳଭଦ୍ର ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ,ଉତ୍ତରୀୟ ସହ ପୂର୍ଣ୍ଣାଙ୍ଗ ପେନସନ୍,କମ୍ୟୁଟେସନ,ଗ୍ରାଚ୍ୟୁୟିଟି ପ୍ରଦାନ କରିଛନ୍ତି।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଓ ବନଲତା ବେହେରା ଙ୍କ ସହ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଅବସର ଗ୍ରହଣ କରିଥିବା ବଳଭଦ୍ର ପ୍ରଧାନ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚମ୍ପତ୍ତିପୁର ରେ ଅବସ୍ଥାପିତ ଥିବାବେଳେ ସଂପ୍ରତି ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ରେ କାର୍ଯ୍ୟରତ ଥିଲେ ।

No Result
View All Result