No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିଲୁଆଖାଇ କେନାଲ ସବଡ଼ିଭିଜନ ବାଲିଆ ର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜ କିଶୋର ସାହୁ ଙ୍କୁ ବୁଧବାର ବାଲିଆ ଅଫିସ ରେ ସବଡ଼ିଭିଜନ ଅଧୀନରେ ଥିବା ସମସ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସେହିପରି ଉକ୍ତ ସବଡ଼ିଭିଜନ ଅଧୀନରେ ଥିବା ଶଙ୍ଖାରିସାହି ସେକ୍ସନ ର ଖଲlସି କାଙ୍ଗାଳି ଦାସ ଙ୍କୁ ମଧ୍ୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସେଠାରେ ଉପସ୍ଥିତ ଦଳାଇଘାଇ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ଶଙ୍ଖାରି ସାହି ସେକ୍ସନ ର ସହକାରୀ ଯନ୍ତ୍ରୀ ସାଗରୀକା ବେହେରା,ବାଲିଆ ସେକ୍ସନ କନିଷ୍ଠ ଯନ୍ତ୍ରୀ ଗୀତାଞ୍ଜଳି ସାମଲ, ରରେଢ଼ୁଆ ସେକ୍ସନ ର କନିଷ୍ଠ ଯନ୍ତ୍ରୀ ଲିପନ ସ୍ୱାଇଁ ଙ୍କ ସହ ଉକ୍ତ ସବଡ଼ିଭିଜନ ର ଦାଇତ୍ୱରେ ଥିବା ବାଲିକୁଦା ସବଡ଼ିଭିଜନ ର ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଜେନା ଏବଂ ସମସ୍ତ ସେକ୍ସନ ର କର୍ମଚାରୀ ଯଥା ରବୀନ୍ଦ୍ର କୁମାର ନାଥ, .
ସଚ୍ଚିଦାନନ୍ଦ ଜେନା, ସଞ୍ଜୟ କୁମାର ଭୋଇ, ଅଶୋକ କୁମାର ସେଠୀ, ପ୍ରତାପ କୁମାର ଦାସ, ଭିକାରି ସେନାପତି, ମହମଦ ଇସ୍ରାଏଲ ଖାଁ, ଦିଲ୍ଲୀପ ପରିଡା, ସୁଧା ପୃଷ୍ଟି, ଦିଲ୍ଲୀପ ବାରିକ, ବୈଦ୍ୟ ନାଥ ଦାଶ ପ୍ରମୁଖ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ଓ ଖଲସି ଶ୍ରୀ ଦାସ ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ l ସେମାନେ କହିଥିଲେ ରାଜ କିଶୋର ସାର ଥିଲେ ଜଣେ ଅମାୟିକ ଭଦ୍ର ଓ ଉଦାର ହୃଦୟର ବ୍ୟକ୍ତି l ତାଙ୍କଠାରୁ ଆମେ ଅନେକ କିଛି ଶିଖିଚୁ ଯେତେବେଳେ ଯାହା ଭୁଲ ଥାଏ ସାର ତାଙ୍କ ଉଦାର ହୃଦୟରେ ଆମ୍ଭ ମାନଙ୍କୁ କ୍ଷମା କରି ଦିଅନ୍ତି l ତେଣୁ ତାଙ୍କ ଅବସର କାଳୀନ ସମୟ ଜଗନାଥଙ୍କ କୃପାରୁ ସୁଖ ଶାନ୍ତିରେ ବିତୁ l ସେହିପରି ଶ୍ରୀ ସାହୁ କହିଲେ ଯେ ଯଦି ମୁଁ କାହା ମନରେ ଆଘାତ ଦେଇ ଥାଏ ସମସ୍ତେ ନିଜ ନିଜ ଗୁଣରେ କ୍ଷମା କରିଦେବେ l ଉକ୍ତ ପରିବେଷଟି ଯେତିକି ଆନନ୍ଦ ମୟଥିଲା ସେତିକି ଦୁଃଖଦ ଥିଲା l ସାର ଜିଵା ବେଳେ କାନ୍ଦି ପକାଇଥିଲେ l ସମସ୍ତ କର୍ମଚାରୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଗାଡ଼ିରେ ବସାଇ ବିଦାୟ ଜଣାଇଥିଲେ l
No Result
View All Result