No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଦେଶର ସାମ୍ପ୍ରତିକ ପରିସ୍ଥିତି ଯଥା ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ ପହଲଗାଁଓରେ ହିନ୍ଦୁଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଆଜି ଭୁବନେଶ୍ୱର ଅଶୋକନଗର ସ୍ଥିତ ଏକ ହୋଟେଲ୍ ରେ ଭାରତ ରକ୍ଷା ମଞ୍ଚର ଓଡିଶା ଶାଖା ଦ୍ୱାରା ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇ ଯାଇଛି । ସମ୍ପୃକ୍ତ ସମ୍ମିଳନୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ ବରଗଡ ଲୋକସଭାର ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ ସିଂ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଥିଲେ ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରିୟ ଉପାଧ୍ୟକ୍ଷ ପରିବେଶବିଦ୍ ଡକ୍ଟର ଅନୀଲ୍ ଧୀର୍, ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ଡକ୍ଟର ଅଶୋକ ଆଚାର୍ଯ୍ୟ,
ପ୍ରଦେଶର କାର୍ଯ୍ୟକାରୀ ସଭାପତି ଡକ୍ଟର ଅରୁଣ କୁମାର ନାୟକ, ପ୍ରଦେଶ ସାଧାରଣ ସମ୍ପାଦକ ଶ୍ରୀ ପୁରଞ୍ଜନ ପାଢୀ ଏବଂ ବିଧି ପ୍ରକୋଷ୍ଠ ଅଧ୍ୟକ୍ଷ ଶ୍ରୀ ସୁଦାମ ଶତପଥି । ମଞ୍ଚାସୀନ ଅତିଥିମାନେ ମଞ୍ଚର ଆଭିମୁଖ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ବିତାଡିତ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅବସରରେ ଭାରତ ରକ୍ଷା ମଞ୍ଚର ଓଡିଶା ଶାଖା ନିମନ୍ତେ କେତେଜଣ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରା ଯାଇଥିଲା ।
ସେମାନଙ୍କ ମଧ୍ୟରେ ପ୍ରଦେଶ ଉପସଭାପତି ଭାବରେ ଶ୍ରୀ ବିଷ୍ଣୁପଦରାଜ ମହାନ୍ତି, ଭୁବନ ପୌରପରିଷଦର ନଗରପାଳ ଶ୍ରୀ ସୁଭେନ୍ଦୁ ସାହୁ ଏବଂ ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଶ୍ରୀ ପ୍ରୀତିରାଜ ଶତପଥିଙ୍କୁ ଦାୟିତ୍ୱ ପ୍ରଦାନ କରା ଯାଇଥିବା ସ୍ଥଳେ, ପ୍ରଦେଶ ସମ୍ପାଦକ ଭାବରେ ଶ୍ରୀ ସଂଜୟ ମହାପାତ୍ର, ଶ୍ରୀ ମନୋଜ ଅଗ୍ରୱାଲ, ଶ୍ରୀ ପ୍ରଶାନ୍ତ ନାୟକ, ଶ୍ରୀମତୀ ସଂଧ୍ୟାରାଣୀ ନାୟକ ଏବଂ ପ୍ରଦେଶ କୋଷାଧ୍ୟକ୍ଷ ଭାବରେ ଚାଟାର୍ଡ ଆକାଉଟାଣ୍ଟ୍ ଶ୍ରୀ ଉମାକାନ୍ତ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । ଯୁବାପ୍ରକୋଷ୍ଠ ସଭାପତି ଭାବରେ ଧାରାବାହିକ ଚଳଚ୍ଚିତ୍ର ଓ ଯାତ୍ରା ନିର୍ଦ୍ଦେଶକ ଶ୍ରୀ ମହେଶ ହାଜରା,
ସାଧାରଣ ସମ୍ପାଦକ ଶ୍ରୀ ନିଳାଦ୍ରୀ ମିଶ୍ର, ସମ୍ପାଦକ ଶ୍ରୀ ପ୍ରଦୀପ୍ତ ବେହୁରିଆ, ମହିଳା ପ୍ରକୋଷ୍ଠ ସଭାନେତ୍ରୀ ଶ୍ରୀମତି ପଦ୍ମଜା ଦେବତା, ସମ୍ପାଦିକା ଶ୍ରୀମତୀ ନଳିନୀପ୍ରଭା ସାହୁ, ବିଧିପ୍ରକୋଷ୍ଠ ସମ୍ପାଦିକା ସୁଶ୍ରୀ ସୂଜାତି ଜିତ୍ ଙ୍କୁ ଚୟନ କରା ଯାଇଥିଲା । ସମ୍ମିଳନୀ ସମାପନ ପରେ ଭାରତ ରକ୍ଷାମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଏକ ପଦଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ପାକିସ୍ତାନର ଜାତୀୟ ପତାକାକୁ ପୋଡି ପ୍ରତିବାଦ କରିଥିଲେ ।
No Result
View All Result