• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳିଙ୍ଗ ଗୌରବ ଫାଉଣ୍ଡେସନ ପକ୍ଷରୁ ଆଇ ଓମ୍ୟାନ ଅଫ ସବଷ୍ଟାନସ ପୁରସ୍କାର ବିତରଣ ଉତ୍ସବ ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
April 28, 2025
in ଓଡ଼ିଶା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
Kalinga Gourav Foundation Hosts I Woman of Substance Awards Presentation Ceremony
Share on FacebookShare on TwitterWhatsapp

ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- କଳିଙ୍ଗ ଗୌରବ ଫାଉଣ୍ଡେସନ ତରଫରୁ ଦ୍ୱାଦଶ ‘ଆଇ ଓମ୍ୟାନ ଅଫ ସବଷ୍ଟାନସ’ ପୁରସ୍କାର ବିତରଣ ଉତ୍ସବ ନୂଆଦିଲ୍ଲୀଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ଇଣ୍ଡିଆ ହାବିଟେଟ ସେଣ୍ଟରର ଆମ୍ଫି ଥିଏଟରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖାଯାଇଥିଲା । ସମାବେଶରେ ଶତାଧିକ ନାରୀ ନେତ୍ରୀ, ବିଭିନ୍ନ କ୍ଷେତ୍ରରେ ସାଫଲ୍ୟ ଅର୍ଜନ କରିଥିବା ମହିଳା, ସ୍ୱନାମଧନ୍ୟ ସମାଜସେବୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଆଇ ଓମ୍ୟାନ ଅଫ ସବଷ୍ଟାନସ ପୁରସ୍କାର ପ୍ରଦାନ ମହୋତ୍ସବ ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀଠାରେ ଆୟୋଜିତ ହୋଇଥିବାରୁ ଏହାକୁ କେନ୍ଦ୍ର କରି ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅସୀମ ଉତ୍ସାହ ଏବଂ ଅଦମ୍ଯ ଉଦ୍ଦୀପନା ପ୍ରକାଶ ପାଇଥିବା ଲକ୍ଷ୍ଯ କରାଯାଇଥିଲା। ସମଗ୍ର ପରିବେଷ୍ଟନୀ ଉତ୍ସବମୁଖର ହୋଇ ଉଠିଥିଲା।

ବିକଶିତ ଭାରତ ଗଠନ ଦିଗରେ ମହିଳାମାନଙ୍କର ଅବଦାନ ଶୀର୍ଷକ ଏକ ଆଲୋଚନା,ମହୋତ୍ସବର ବିଶେଷ ଆକର୍ଷଣ ଥିଲା। ଆଲୋଚନାକାରୀ ମାନଙ୍କ ମଧ୍ୟରେ ଡଃ. ଅନୀତା ପଣ୍ଡା, ରଶ୍ମୀ ସାହୁ, ଡଃ. କବିତା ରାଓ, ବିୟୁଟି ଶ୍ରୀବାସ୍ତବ, ରିଙ୍କି ସୋଧା ରାଜପୁତ ଓ ରୁଚି ଦୁବେ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଆଲୋଚନାକୁ ଶ୍ଯାମା ଝା ଦକ୍ଷତାର ପରିଚାଳନା କରିଥିଲେ।ଏହି ଅବସରରେ ଓମ୍ୟାନ ପାର୍ଲିଆମେଣ୍ଟ-୨୦୨୫ ପତ୍ରିକା ଏବଂ ଆଇକନିକ ସ୍ପୋର୍ଟସ ଫେଡେରେସନର ଲୋଗୋ ଉନ୍ମୋଚନ କରାଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହିଳାମାନଙ୍କର ପ୍ରତିଭା ଓ ପାରଦର୍ଶିତାକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ, ‘ଆଇ ଓମ୍ୟାନ ଅଫ ସବଷ୍ଟାନସ’ ପୁରସ୍କାର ଉଦ୍ଦିଷ୍ଟ।

କଳିଙ୍ଗ ଗୌରବ ଫାଉଣ୍ଡେସନ ଦ୍ୱାରା ସ୍ଥାପିତ ଏହି ସମ୍ମାନଜନକ ପୁରସ୍କାର ବାର୍ଷିକ ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲ କରିଥିବା ମହିଳାମାନଙ୍କୁ ପ୍ରଦାନ କରାଯାଇଥାଏ। ଉଦ୍ୟୋଗ, ସମାଜସେବା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, କଳା, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣ ଆଦି କ୍ଷେତ୍ରରେ ବିଶେଷ ଯୋଗଦାନ ଦେଉଥିବା ମହିଳାମାନଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥାଏ। ଏହି ପୁରସ୍କାର ସହିତ ସଂଯୁକ୍ତ ସମାଜସେବା ଦିଗଟି ଏହାର ଗାରିମା ଓ ଗୁରୁତ୍ୱକୁ ସାଧାରଣରେ ଯଥେଷ୍ଟ ବଢ଼ାଇ ଦେଇଛି। ବିଟିଆ ପ୍ରତିଷ୍ଠାନର ସହଯୋଗରେ ପ୍ରତ୍ୟେକ ପୁରସ୍କାର ବିଜେତା ଜଣେକରି ଅସହାୟ ବାଳିକାକୁ ପୋଷ୍ୟ ଭାବରେ ଗ୍ରହଣ କରିବେ ବୋଲି ଉଦ୍ୟୋକ୍ତାମାନଙ୍କ ପକ୍ଷରୁ ଜଣାଯାଇଛି।

ବିଶିଷ୍ଟ ସମାଜସେବୀ, ଅଗ୍ରଣୀ ଶିକ୍ଷାବିତ ଏବଂ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ଡଃ. ଚିଦାତ୍ମିକା ଖଟୁଆଙ୍କ ଦ୍ୱାରା ୨୦୧୬ ମସିହାରେ ପ୍ରତିଷ୍ଠିତ କଳିଙ୍ଗ ଗୌରବ ଫାଉଣ୍ଡେସନ, ଉତ୍କୃଷ୍ଟତାର ଚିହ୍ନଟ, ପ୍ରତିଭାର ପରିସ୍ଫୁଟନ ଏବଂ ସାଂସ୍କୁତିକ ଐତିହ୍ୟର ପ୍ରୋତ୍ସାହନ ଦିଗରେ ଜାତୀୟ ସ୍ତରରେ ବଳିଷ୍ଠ ଢଙ୍ଗରେ କାର୍ଯ୍ଯ କରି ଆସୁଛି। ବହୁବିଧ ସାଧୁ ଉଦ୍ୟମ ଯଥା:- କଳିଙ୍ଗ ଗୌରବ ଓ କଳିଙ୍ଗ ସୁନ୍ଦରୀ ପୁରସ୍କାର, ଆଦିରାଣୀ ଏବଂ ଆର୍ଯ୍ୟଭଟ୍ଟ ଗୌରବ ସମ୍ମାନ ପ୍ରଭୃତି ଜରିଆରେ ପୂଜ୍ଯପୂଜାର ଅବସର ସୃଷ୍ଟି କରିବା ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଉତ୍ସବରେ ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ସୁନୀଲ ଭରାଲା, ବର୍ହିବ୍ୟାପାର ମନ୍ତ୍ରାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ, ପଦ୍ମଶ୍ରୀ ଡଃ. ମାୟା ଟଣ୍ଡନ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ୟୁଥ ଫର୍ ନେସନର ପ୍ରତିଷ୍ଠାତା ସଭାପତି ଡଃ. ମହେଶ ଶର୍ମା, ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, କମ୍ପାନୀ ସେକ୍ରେଟାରୀ ବି. ଏଲ. ଅଗ୍ରୱାଲ,ଉତ୍ତର ପ୍ରଦେଶ ମହିଳା ଆୟୋଗର ପୂର୍ବତନ ସଭାପତି ବିମଳା ବାଥମ, ଆଧ୍ୟାତ୍ମିକ ପ୍ରବକ୍ତା ସ୍ୱାମୀ ପ୍ରେମ ଆନୱେସି, ବେଦଗୁରୁ ଆଚାର୍ଯ୍ୟ ଡଃ. ଶୈଳେଶ ତିୱାରୀ, ଉଦ୍ୟୋଗପତି ଗୌରବ ଗୁପ୍ତା ଏବଂ ସମାଜସେବୀ ହେମନ୍ତ ଶର୍ମା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହି ଅବସରରେ ଆମନ୍ତ୍ରିତ ଅତିଥିବୃନ୍ଦ ବିଭିନ୍ନ ଶ୍ରେଣୀରେ ସୁନାମ ଅର୍ଜନ କରିଥିବା ମହୀୟସୀ ମହିଳାମାନଙ୍କୁ ଆଇ ଓମ୍ୟାନ ଅଫ ସବଷ୍ଟାନସ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡଃ. ମାୟା ଟଣ୍ଡନ (ମଦର ଆଇକନ) , ଗୁଲାବୋ ଦେବୀ ( ଜୀବନବ୍ୟାପୀ ସଫଳତା), ବାଁଶୁରୀ ସ୍ଵରାଜ( ଶ୍ରେଷ୍ଠ ରାଜନୈତିଜ୍ଞ), ଡଃ. ଶଶୀ ସିଂ ( ଓମେନ ଫେସ୍ ଅଫ ଦି ଇଅର), ରଶ୍ମୀ ସାହୁ ( ଶିଳ୍ପୋଦ୍ୟୋଗୀ) , ସସ୍ମିତା ତ୍ରିପାଠୀ ( ଶ୍ରେଷ୍ଠ ଆଇନଜୀବୀ) ନୀଳିମା ପ୍ରିୟଦର୍ଶିନୀ (ଶ୍ରେଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ବ), ଡଃ. କବିତା ରାଓ ( ଶିଳ୍ପୋଦ୍ୟୋଗୀ), ଇଞ୍ଜିନିୟର ରୋଜାଲିନ ମିଶ୍ର ( ସଙ୍ଗୀତ) ଆଭା ଅନୁପମା ( ଶିଳ୍ପୋଦ୍ୟୋଗୀ), ଅନିନ୍ଦିତା ଦାସ ( କଣ୍ଠଶିଳ୍ପୀ),

ବିୟୁଟି ଶ୍ରୀବାସ୍ତବ ( ଶିଳ୍ପୋଦ୍ୟୋଗୀ), ଗୀତିକା ଅଗ୍ରୱାଲ ( ସାମାଜିକ କାର୍ଯ୍ୟକର୍ତ୍ତା), ସ୍ମିତା ସାମନ୍ତ ( ଶିଳ୍ପୋଦ୍ୟୋଗୀ), ମଧୁସ୍ମିତା ମହାନ୍ତି ( ସମାଜସେବୀ), ଗୀତା ମାନୋଥ( ସମାଜସେବୀ), ମୋନାଲିସା ମହାନ୍ତି ( ସମାଜସେବୀ), ପ୍ରିୟା ମିଶ୍ର( ଆଧ୍ୟାତ୍ମିକ ଉପାସିକା), ରାଜକୁମାରୀ ବ୍ରହ୍ମଭଟ୍ଟ( ସମାଜସେବୀ) ଲଗ୍ନଦୀପା ମିଶ୍ର( ସମାଜସେବୀ), ପ୍ରିୟତମା କର ( ଶିଳ୍ପୋଦ୍ୟୋଗୀ), ପ୍ରିୟଙ୍କା ଗୌତମ ( ଅଭିନେତ୍ରୀ), ରିଙ୍କି ସୋଧା ରାଜପୁତ( ମଡେଲ), ମଞ୍ଜୁ ଅମର ଦାଭି ( ଗଣମାଧ୍ୟମ ବ୍ୟକ୍ତିତ୍ବ), ରିତିକା କାଶ୍ୟପ ( ଉପସ୍ଥାପିକା), ରୁଚି ଦୁବେ( ଶିକ୍ଷାବିତ ) ସ୍ମାରିକା ମହାନ୍ତି ( ଶିଳ୍ପୋଦ୍ୟୋଗୀ), ଡଃ. ଶ୍ରେୟା ଜେସିକା ଧନ( ଆଦିବାସୀ ମହିଳା ସଶକ୍ତିକରଣ) ଓ ଡଃ. ଅନୀତା ପଣ୍ଡା ( ଶ୍ରେଷ୍ଠ ଲେଖିକା) ପ୍ରମୁଖ ସାମିଲ ଥିଲେ।

ସମାରୋହର ସ୍ୱତନ୍ତ୍ର ଆକର୍ଷଣ ପ୍ରସିଦ୍ଧ ଗାୟିକା ଅନିନ୍ଦିତା ଦାସଙ୍କ ଦ୍ୱାରା ସୁମଧୁର ସଙ୍ଗୀତ ପରିବେଷଣ ଥିଲା। ଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଞ୍ଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ. ଦେବେନ୍ଦ୍ର ପ୍ରସାଦ ମାଝୀ, ପ୍ରମୋଦ ଭଲ, ବିନାୟକ ଦାସ, ଡଃ. କାବେରୀ ବେହେରା, ସୁରଞ୍ଜିତା ରଣା, ଡ଼ି.ଏନ.ଚୋପ୍ରା , ସନ୍ତୋଷ ରାଉତ, ସୁବାସ ଚନ୍ଦ୍ର ଶାସ୍ତ୍ରୀ ଏବଂ ଅଜୟ ଗୁପ୍ତା ପ୍ରମୁଖ ସାମିଲ ଥିଲେ।

ପୁରସ୍କାର ବିତରଣ ଉତ୍ସବକୁ ସୂଚାରୁ ରୂପେ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ କଳିଙ୍ଗ ଗୌରବ ଫାଉଣ୍ଡେସନର ସଭାପତି ଡଃ. ସଞ୍ଜୀବ କୁମାର ପାଟ୍ଟଯୋଶୀ, ମହାସଚିବ ଡଃ. ଚିଦାତ୍ମିକା ଖଟୁଆ, ସ୍ୱାଗତ ସମିତିର ଅଧ୍ୟକ୍ଷ ଡଃ. ମନୋରଞ୍ଜନ ମହାନ୍ତି, ଜାତୀୟ ଆବାହକ ଡଃ. ରଜନୀକାନ୍ତ ମିଶ୍ର ଏବଂ ଆୟୋଜନ କମିଟିର ଅଧ୍ୟକ୍ଷ ଭରତ କୁମାର ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ

April 30, 2026
ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version