ରାଉରକେଲା (ଓଡିଶା ତାଜା ନିଉଜ୍) 28.12.2019 ରାଉରକେଲା :- ହୋମ୍ ଆପ୍ଲାଏନ୍ସେସ୍ କ୍ଷେତ୍ରରେ ଭାରତର ଅଗ୍ରଣୀ ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍ସେସ୍ ଏହାର ଚ୍ୟାନେଲ୍ ପାର୍ଟନର୍ ଏମ୍/ଏସ୍ କ୍ୱାଲିଟି ଇଞ୍ଜିନିୟରିଂ ୱାର୍କସ୍ ସହ ସହଯୋଗିତାରେ ରାଉରକେଲା ଠାରେ ଏହାର ପ୍ରଥମ ବ୍ରାଣ୍ଡ୍ ଆଉଟ୍ଲେଟ୍କୁ ଖୋଲି ଓଡିଶାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିଛି । ଏହି ଉନ୍ମୋଚନ ସହିତ ଓଡ଼ିଶା ରାଜ୍ୟରେ ଏହି ବ୍ରାଣ୍ଡ୍ର ଇବିଓ ସଂଖ୍ୟା ୨୦ରେ ପହଂଚିଛି । ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଓ ରାଉରକେଲା ବଜାରର ଗ୍ରାହକଙ୍କ ପାଇଁ ପରବର୍ତି ପିଢ଼ିର ସପିଙ୍ଗ ଅନୁଭୂତି ସୃଷ୍ଟି କରିବା ଲାଗି, ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ୧୮୦୦ ବର୍ଗଫୁଟ ସ୍ଥାନରେ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ ଖୋଲାଯାଇଛି । ଏହି ଇବିଓଟି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାର ବେଦବ୍ୟାସ ଠାରେ ଥିବା ଜମୁନାନାକି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ । ଏହି ଇବିଓ ସାରା ଦେଶରେ ଥିବା ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟାପକ ନେଟୱର୍କକୁ ଆହୁରି ସୁଦୃଢ଼ କରିଛି ଏବଂ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଗ୍ରାହକମାନଙ୍କୁ ପ୍ରିମିୟମ୍ ଉତ୍ପାଦ ଆବଶ୍ୟକତାକୁ ପୂରଣ କରୁଛି ।

ଗ୍ରାହକମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ଲାଗି ନିଷ୍ଠାର ସହ ଉଦ୍ୟମ ସ୍ୱରୂପ, ଏହି ଇବିଓରେ ରେଫ୍ରିଜରେଟର, ୱାସିଂ ମେସିନ, ଏୟାର କଣ୍ଡିସନର, ଚେଷ୍ଟ ଫ୍ରିଜର୍ ଏବଂ ମାଇକ୍ରୋ ଓଭେନ୍ ଭଳି ଗୋଦରେଜ୍ ଆପ୍ଲାଏନ୍ସେସ୍ର ବ୍ୟାପକ ବର୍ଗର ଉତ୍ପାଦକୁ ପ୍ରଦର୍ଶିତ କରାଯିବ । ଏହି ଉନ୍ମୋଚନ ଅବସରରେ ଗୋଦରେଜ୍ ଆପ୍ଲାଏନ୍ସେସ୍ ମାର୍କେଟିଂର ମୁଖ୍ୟ ଶ୍ରୀଯୁକ୍ତ ସ୍ୱାତୀ ରାଠି କହିଛନ୍ତି ଯେ, “ଓଡ଼ିଶାରେ ଆମର ୨୦ତମ ବ୍ରାଣ୍ଡ ଆଉଟ୍ଲେଟ୍ର ଉଦ୍ଘାଟନ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଇବିଓଗୁଡ଼ିକର ଆମର ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କ ପାଖରେ ପହଂଚିବା ପାଇଁ ସେଗୁଡ଼ିକ ଆମ ବ୍ରାଣ୍ଡ୍ର ପ୍ରମୁଖ ଟଚପଏଂଟ୍ । ଯେତେ ସମ୍ଭବ ଆମେ ଗ୍ରାହକଙ୍କ ସେତେ ନିକଟତର ହେବାକୁ ସର୍ବଦା ଉଦ୍ୟମ କରୁଛୁ ଏବଂ ସେଥିପାଇଁ ଆମେ ଏହି ଯାତ୍ରାର ଶୁଭାରମ୍ଭ କରିଛୁ ।’’ ଗାଦରେଜ୍ ଆପ୍ଲାଏନ୍ସେସ୍ର ପୂର୍ବ ଓବିଜେର ଜୋନାଲ୍ ବ୍ୟବସାୟ ମୁଖ୍ୟ ଶ୍ରୀଯୁକ୍ତ ରଘୁନାଥ ମିଶ୍ର କହିଛନ୍ତି ଯେ, “ଓଡ଼ିଶାର ୨୦ତମ ଓ ରାଉରକେଲାରେ ପ୍ରଥମ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟଲେଟ୍ ଖୋଲିଥିବାରୁ ଆମେ ରୋମାଂଚିତ । ଆମର ନିଜସ୍ୱ ସ୍ୱତନ୍ତ୍ର ସୋ’ରୁମ୍ ଜରିଆରେ ଆମ ପାଖରେ ଗୋଟିଏ ସ୍ଥାନରେ ଆମର ସମ୍ପୂର୍ଣ୍ଣ ଶ୍ରେଷ୍ଠ ମାନର ଉତ୍ପାଦକୁ ପ୍ରଦର୍ଶିତ କରିବାର ସୁଯୋଗ ରହିଛି । ରାଉରକେଲା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମେ ଆମର ଗ୍ରାହକଙ୍କୁ ଉଲ୍ଲସିତ କରିବା ଓ ସେମାନଙ୍କୁ ସର୍ବଦା ଶ୍ରେଷ୍ଠ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଚାହୁଛୁ । ବର୍ତମାନ, ଓଡ଼ିଶାର ଇବିଓ ଭାରତରେ ମୋଟ ବିକ୍ରିକୁ ଏହି ଚ୍ୟାନେଲ୍ ଜରିଆରେ ୩୦% ଅବଦାନ ପ୍ରଦାନ କରୁଛି । ଏମ୍/ଏସ୍ କ୍ୱାଲିଟି ଇଞ୍ଜିନିୟରିଂ ୱାର୍କସ୍ର ତତ୍ୱାବଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶର୍ମା କହିଛନ୍ତି ଯେ, “ଗୋଦରେଜ୍ ଆପ୍ଲାଏନ୍ସେସ୍ର ସହଯୋଗୀ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ଏକ ଉଚ୍ଚ ବିଶ୍ୱାସଯୋଗ୍ୟ ଓ ସମ୍ମାନଜନକ ବ୍ରାଣ୍ଡ୍ । ଗ୍ରାହକଙ୍କୁ ଲାଭ ପ୍ରଦାନ କରିବା ଲାଗି ଆମର ବିଭିନ୍ନ ଆକର୍ଷଣୀୟ ଅଫର ରହିଛି । ଗୋଦରେଜ୍ ଆପ୍ଲାଏନ୍ସେସ୍ ତରଫରୁ ସ୍ୱତନ୍ତ୍ର ଉତ୍ପାଦ ଜରିଆରେ ଆମେ ରାଉରକେଲାର ଗ୍ରାହକମାନଙ୍କ ପାଇଁ ଏହି ଆଉଟଲେଟକୁ ନିଶ୍ଚିତ ରୂପେ ଶ୍ରେଷ୍ଠ ସ୍ଥାନରେ ରୂପାରନ୍ତରିତ କରିବୁ ।’’ ଗ୍ରାହକମାନେ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗ (ଗୋଦରେଜ୍ ଏୟାର କଣ୍ଡିସନର ଓ ଗୋଦରେଜ ଚେଷ୍ଟ ଫ୍ରିଜରକୁ ବାଦ ଦେଇ) ଉପରେ ଏକ ବର୍ଷର ମାଗଣା ବର୍ଦ୍ଧିତ ୱାରେଂଟି, ଏକ ବର୍ଷର ଉତ୍ପାଦ ବୀମା ଏବଂ ବର୍ଷ ତମାମ ଅନ୍ୟାନ୍ୟ ଆକର୍ଷଣୀୟ ଫାଇନାନ୍ସ ଅଫର, ସ୍ୱତନ୍ତ୍ର ଭାବେ ପ୍ରତିଟି ଗୋଦରେଜ୍ ଆପ୍ଲାଏନ୍ସେସ୍ ଇବିଓଗୁଡ଼ିକରେ ପାଇପାରିବେ ।