ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବଜାର ରେ ବଡ଼ ଦୁର୍ଘଟଣା ଘଟାଇଲା ଟାଟା ଆଇଚର ଗାଡି | ବେପରୁଆ ଗାଡି ଚଳାଇ ଚଢ଼ିଗଲା ଦୋକାନ ବଜାର ଆଡକୁ,ଲୋକଙ୍କ ହୋ ହାଲ୍ଲା ପାଟିତୁଣ୍ଡ ଭିତରେ ଘଟଣା ସ୍ଥଳରୁ ଗାଡି ଟି ଫେରାର ହୋଇଯାଇଥିଲା | ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା ଅନୁଯାଇ ଟାଟା ଆଇଚର ଗାଡି ଟି ମୁନିଗୁଡା ରୁ ତୁମୁଡିବନ୍ଧ ଆଡକୁ ଆସିବା ବେଳେ କୋଟଗଡ଼ ବଜାରରେ ହଠାତ ବହୁ ଜୋରରେ ଏକ ଗୁପଚୁପ ଦୋକାନକୁ ଧକ୍କା ଦେଇ ସେହି ରାସ୍ତା କଡରେ ଥିବା ଏକାଧିକ ଦୋକାନ ଆଡକୁ ମାଡ଼ିଯିବା ଫଳରେ ସେଠାରେ ଉପସ୍ଥିତ ଥିବା ବହୁ ଉଠାଦୋକାନୀ ଓ ବାଇକ ଆରୋହୀ ସମେତ ବହୁ ଗ୍ରାହକମାନଙ୍କୁ ଜୋରରେ ଧକ୍କା ଦେଇଥିଲା l
















