No Result
View All Result
ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜାମୁ- କାଶ୍ମୀରସ୍ଥ ପହଲଗାମ ଠାରେ ଆତଙ୍କବାଦୀଙ୍କ ନିଷ୍ଠୁର ନରସଂହାରରେ ବଳି ପଡ଼ିଥିବା ଆତ୍ମାଙ୍କ ସମ୍ମାନର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭା କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ପକ୍ଷରୁ ଫୁଲବାଣୀ ବୟନିକା ଠାରେ ଅନୁଷ୍ଠିତ ହୋଇଯାଇଛି। ସହିଦଙ୍କ ସମ୍ମାନର୍ଥେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। 28 ଟି ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଯାଇଥିଲା। ଆତଙ୍କବାଦୀଙ୍କ ଏଭଳି ହୀନ କାର୍ଯ୍ୟକୁ ସାମୁହିକ ନିନ୍ଦା କରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ଧ୍ୱନି ଦିଆଯାଇଥିଲା।
କେନ୍ଦ୍ର ସରକାର ଆତଙ୍କବାଦୀ କାର୍ଯ୍ୟ କଳାପକୁ ଦୃଢ ହସ୍ତରେ ଦମନ କରିବାକୁ ସ୍ଲୋଗାନ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପଦ୍ମ ଚରଣ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ନବକିଶୋର ରଥ, ଉପସଭାପତି ମଞ୍ଜୁଳା ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ, ସଂଗଠନ ସମ୍ପାଦକ ବଂଶୀଧର ପଣ୍ଡା, ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁ, କୋଷାଧକ୍ଷ ପି. ରଘୁନନ୍ଦନ ପାତ୍ରଙ୍କ ସହ ବରିଷ୍ଠ ସଦସ୍ୟ ନବୀନ କିଶୋର ପଣ୍ଡା, ଅଶୋକ ପରିଡା ଓ ନାରାୟଣ ସାହୁ , ପ୍ରିୟନାଥ ଶର୍ମା, ମୋହନ ପ୍ରଧାନ, ବ୍ରଜ କିଶୋର ପଟ୍ଟନାୟକ, ପଦ୍ମ ଚରଣ ମହାନ୍ତି, ପରେଶ ମହାପାତ୍ର, ରମେଶ ଚନ୍ଦ୍ର ସାହୁ,ତାରିଣୀ ପ୍ରସାଦ ମୁନି,ଉମେଶ ପାତ୍ର,
ମନୋଜ ଚୌଧୁରୀ,ଅଶୋକ ପ୍ରଧାନ, ଆଦିତ୍ୟ ତ୍ରିପାଠୀ, ପ୍ରଶାନ୍ତ ବେହେରା,ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ,ଅମୀୟ କୁମାର ଦାସ,ଶାନ୍ନ୍ତନୁ ମିଶ୍ର,ତପନ ତ୍ରିପାଠୀ ପ୍ରମୁଖ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଓଡିଶାର ନିହତ ପ୍ରଶାନ୍ତ କୁମାର ଶତପଥୀ ଓ ଦିନେଶ ଅଗ୍ରୱାଲଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରାଯାଇଥିଲା।
କେନ୍ଦ୍ର ସରକାର ତୁରନ୍ତ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସହରର ଅନେକ ବୁଦ୍ଧାଜୀବି ଯୋଗ ଦେଇ ଶ୍ରଦ୍ଧସୁମନ ଅର୍ପଣ କରିଥିଲେ।
No Result
View All Result