No Result
View All Result
ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୌର ବନ୍ଦ୍ରପୁର କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର । କାଜୁ ଗଛରୁ ଝୁଲନ୍ତା ଶବ କୁ ଉଦ୍ଧାର କରିଛି ଚାନ୍ଦପୁର ପୋଲିସ୍ । ଯୁବକଙ୍କ ନାମ ପବିତ୍ର ସାହୁ (୨୮) ଚାନ୍ଦପୁର ଥାନା କନ୍ଧ ନୟାଗଡ଼ ଗ୍ରାମରେ ବୋଲି ଜଣା ପଡିଛି । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ଶବ ନିକଟରେ ପଡି ରହିଛି ଏକ ସ୍କୁଟି ଯାହାର ନମ୍ବର OD33N 4882 । ଚାନ୍ଦପୁର ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଆଜି ସକାଳୁ ଗୌର ଚନ୍ଦ୍ରପୁର ଗାଁ ର ଲୋକେ କାଜୁ ଜଙ୍ଗଲ କୁ ଯାଇଥିବା ବେଳେ କାଜୁ ଗଛରେ ଏକ ଯୁବକର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ସ୍ଥାନୀୟ ଲୋକେ ଖବର ଦେବା ପରେ ପୋଲିସ ଶବ କୁ ଜବତ କରି ତଦନ୍ତ କରୁଛି।ମୃତ ଯୁବକ ଜଣକ ଅ ବିବାହିତ ବୋଲି ଜଣା ପଡିଛି ।
No Result
View All Result