No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ‘ ନିଷ୍ଠା ‘ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ ୫୬ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୟାଗଡ଼, ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବେ ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ,
ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ପ୍ରଣତୀ ମହାପାତ୍ର ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚା ର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା , ଭିନ୍ନତା ମଧ୍ୟରେ ଏକତା ତାହା ସମସ୍ତ ଶିକ୍ଷକ- ଶିକ୍ଷିକାମାନେ ଅନୁଭବ କରିବା ସହ ଛାତ୍ରଛାତ୍ରୀଙ୍କୁ ସାଦରେ ସମ୍ମାନର ସହ ଗ୍ରହଣ କରିବା ଦିଗରେ ଆଲୋଚନା କରିଥିଲେ ।
ତତସହିତ ଭିନ୍ନକ୍ଷମ ବିଭାଗୀକରଣ, ପରୀକ୍ଷାବୋର୍ଡ ଦ୍ୱାରା ଗ୍ରହଣ କରାଯାଇଥିବା ଶିକ୍ଷା ବ୍ୟବସ୍ଥା, ପରୀକ୍ଷାଗାର ର ବ୍ୟବହାର, ସାର୍ବଜନୀନ ଶିକ୍ଷଣ ଢାଞ୍ଚା ଭିତ୍ତିକ ପାଠ୍ୟଯୋଜନା, ଶାରୀରିକ ଶିକ୍ଷା,କ୍ରୀଡା ଓ ଯୋଗର ଆବଶ୍ୟକତା, ପାଠ୍ୟକ୍ରମରେ କଳାଶିକ୍ଷାର ସମନ୍ୱିତକରଣ ଆଦି ବିଭିନ୍ନ ବିଷୟ ଆଧାରରେ ପ୍ରଶିକ୍ଷଣ ଦିଆଯାଇଥିଲା । ଉଦଯାପନ ସମାରୋହରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ସହ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର
ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଏବଂ ଶିକ୍ଷକ ତଥା ସୁସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ପୁସ୍ତକ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଶିକ୍ଷଣ ଆଧାରିତ ବିଷୟକୁ ସରଳ ତଥା ସାବଲୀଳ କରିବା ପାଇଁ ବିଭିନ୍ନ ଶିକ୍ଷଣ ଉପକରଣ ବ୍ୟବହାର କରି ପ୍ରଶିକ୍ଷାର୍ଥୀ- ଶିକ୍ଷକମାନେ କ୍ଷୁଦ୍ର ନାଟକ ” ମୁଁ କିଏ ” ପରିବେଷଣ କରିଥିଲେ ।
No Result
View All Result