No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଚମ୍ପୁଆର ନିକୋଲସ ଫରେଷ୍ଟ ଟ୍ରେନିଂ ସ୍କୁଲର ୩୭ ଜଣ ବନପାଳ ଭିତରକନିକା ଜାତୀୟ ଉଦ୍ୟାନରେ ପହଞ୍ଚି ଭିତରକନିକା ଜାତୀୟ ଉଦ୍ୟାନର ଲୁଣା ଜଙ୍ଗଲ, ଆଦ୍ରଭୂମୀ, ବିରଳ ଜୀବଜନ୍ତୁ ଓ ଜୈବ ବିବିଧତା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି । ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ଦୁଃସାହାସିକ ଯାତ୍ରା କରିବା ସମୟରେ କିଙ୍ଗ୍ କୋବ୍ରା ସହିତ ଅନ୍ୟାନ୍ୟ ସାପ, ହେଟାବାଘ, ଝିଙ୍କ ପକ୍ଷୀ, ଚିତାବିରାଡି, ହରିଣ, ବାରହା, ବଉଳା କୁମ୍ଭୀର, ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।
ଏଥିସହିତ ଭିତରକନିକା ଜାତୀୟ ଉଦ୍ୟାନ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍ଫିନ ଏବଂ ଅଲିଭରିଡଲେ କଇଁଛ ସମ୍ବନ୍ଧୀୟ ବହୁ ତଥ୍ୟ ସଂଗ୍ରହ କରିଛନ୍ତି I ଐତିହାସିକ ହୁକିଟୋଲା ଦ୍ବୀପ, କାଳିଙ୍ଗ ଜଡିଆ ଦ୍ବୀପ ସମେତ ଭିତରକନିକାର ବିରଳ ଲୁଣାବୃକ୍ଷ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଛନ୍ତି । ଭାରତର ଦ୍ଵିତୀୟ ବୃହତ୍ତମ ଲୁଣା ଜଙ୍ଗଲର ବୈଶିଷ୍ଟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଧନଜୀବନ ସୁରକ୍ଷା କ୍ଷେତ୍ରରେ ଲୁଣା ଜଙ୍ଗଲର ଅମୂଲ୍ୟ ଅବଦାନ ସମ୍ପର୍କରେ ଅବଗତ ହୋଇଛନ୍ତି | ଏସିଏଫ ଗଗନ ବିହାରୀ ମଲ୍ଲିକ, ଗବେଷକ ପ୍ରସନ୍ନ କୁମାର ନାୟକ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ବନପାଳ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l
No Result
View All Result