କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ପେନସନ ଆଇନ ସଂଶୋଧନ ପ୍ରତ୍ୟହାର ଦାବିରେ ଦେଶ ଵ୍ୟାପୀ ରାଜ୍ୟ ପେନସନର ମାନଙ୍କପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଯୋବ୍ରା ଜଗତପୁର ଯୋନ ପକ୍ଷରୁ ପ୍ରସ୍ତୁତି ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବିଷୟ ଯୋନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପଣ୍ଡା ଓ ସମ୍ପାଦକ ଗୋପୀନାଥ ବାରିକ ଏକ ମିଳିତ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି ।
ଏପ୍ରିଲ ୧୮ତାରିଖ ସନ୍ଧ୍ୟାରେ କଟକ ମାଛୁଆବଜାର ସ୍ତିତ ସଂଘ ଅଫିସରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଯୋବ୍ରା ଜଗତପୁର ଯୋନର ପକ୍ଷରୁ ଆୟୋଜିତ ସଭାରେ ଶ୍ରୀ ବିଜୟ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ସମ୍ପାଦକ ଶ୍ରୀ ଗୋପୀନାଥ ବାରିକ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବାସହ ପେନସନର ମହାସଂଘର ୬ଷ୍ଠ ରାଜ୍ୟ ସମ୍ମିଳନୀରେ କଟକ ନଗର ଅନ୍ତର୍ଭୁକ୍ତ ୬ଟି ଯୋନ ଓ ଏଲେକ୍ଟ୍ରିକାଲ ସଂଘରୁ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଇଥିଲା।
ସମ୍ବର୍ଦ୍ଧିତ ନେତୃତ୍ୱ ମାନଙ୍କ ମଧ୍ୟରୁ ସର୍ବଶ୍ରୀ ନରହରି ମହାନ୍ତି, ପ୍ରଫୁଲ୍ଲ ଲୁମାର ମହାପାତ୍ର,ଇଂ ସୁରେନ୍ଦ୍ର କିଶୋର ରାଉତ,ରବିନ୍ଦ୍ର ନାଥ ଦାସ, ସୁବୋଧ କୁମାର ମହାନ୍ତି, ଦ୍ଵାରିକାନାଥ ମହାନ୍ତି, ଗୋକୁଳାନନ୍ଦ ବେହେରା ,ରଜନିକାନ୍ତ ଚୌଧୁରୀ, ସୁବୋଧ କୁମାର ରାୟ, ଧୀରେନ୍ଦ୍ର କୁମାର ନାୟକ,, ଶିଶିର କୁମାର ନାୟକ, ଶ୍ରମତୀ ଲିଲିମା ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ନାୟକ, ଡ଼.ପ୍ରଫୁଲ୍ଲ କୁମାର ନାୟକ, ବିଭୁତି ଭୂଷଣ ମହାନ୍ତି, ଶ୍ରୀମତୀ ସାହୁ,କଣ୍ଡୁରୀ ଭରଣ ନନ୍ଦି , ଭବାନୀ ଚରଣ ମହାନ୍ତି,
ଗଦାଧର କର ଓ ଶ୍ରୀମତୀ ଧରିତ୍ରୀ ସାହୁ ପ୍ରମୁଖ ନେତୃତ୍ୱ ମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେନସନ ଆଇନ ସଂଶୋଧନ ଆଳରେ ପେନସନ ଭୋଗୀଙ୍କ ଉପରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଆକ୍ରମଣକୁ ମୁକାବିଲା ମିମନ୍ତେ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଆହ୍ଵାନ କ୍ରମେ ଓ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ନିଷ୍ପତ୍ତି ଅନୁଯାୟୀ ,୨୨,ଏପ୍ରିଲ ଦେଶ ଵ୍ୟାପୀ ପ୍ରତିବାଦକୁ କଟକ ଜିଲ୍ଲାରେ ସଫଳ କରାଇବା ର ବାର୍ତ୍ତାକୁ ପେନସନର ମାନଙ୍କ ନିକଟରେ ପହଂଚାଇବାକୁ ଘୋଷଣା କରିଥିଲେ ।
ଓଡିଶା ରାଜ୍ୟର ୩.୫ଲକ୍ଷ ପେନସନର ମାନଙ୍କ ମୂଳ ଓ ପ୍ରମୁଖ ଦାବି କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ଏବଂ ପିଜିପିଏ ବିଭାଗର ପୁନଃ ସ୍ଥାପନ ଆଦି ୯ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାର ବ୍ୟର୍ଥ ହୋଇଥିବା ବେଳେ ପେନସନର ମାନଙ୍କ ପାଇଁ ନୂଆ ନୂଆ ସମସ୍ୟା ସୃଷ୍ଟି କରୁଛନ୍ତି । ଏହାର ପ୍ରତିବାଦରେ ୨୨, ଏପ୍ରିଲ ଦିନ ୧୧,ଟା ସମୟରେ କଟକ ଜିଲ୍ଲା ପାଳଙ୍କ ଅଫିସ ନିକଟରେ ପହଞ୍ଚି ପ୍ରତିବାଦ ଦିବସକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । କଟକ ନଗର ସ୍ତରୀୟ ଉକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବସନ୍ତ କୁମାର ବେହେରା, ମଦନ ମୋହନ ସିଂହ, ରବିନ୍ଦ୍ର ନାଥ ସାହୁ,ଝରଣା ଜେନା, ଶିବାପାତ୍ର ,ବିକାଶ ଚନ୍ଦ୍ର ମହାପାତ୍ର ଓ ପ୍ରସନ୍ନ ସ୍ୱାଇଁ ସହଯୋଗ କରିଥିବା ବିଷୟ ସଭାପତି ବିଜୟ କୁମାର ପଣ୍ଡା ଓ ସମ୍ପାଦକ ଗୋପୀନାଥ ବାରିକ ପ୍ରକାଶ କରିଛନ୍ତି ।