No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ପୋଲିସ ପକ୍ଷରୁ ଜରିପଡା ଓ ସୋରଣ ମାନ ସିଂ ପୁର ଗ୍ରାମରେ ଚଢ଼ାଉ।ଅବକାରୀ ପୋଲିସ ଚଢ଼ାଉ କରି ଜରିପଡା ଦଧି ବାମନ ପୁର ସାହିରୁ ଚୋରା ଭାଙ୍ଗ ବ୍ୟବସାୟୀ ବସନ୍ତ ସ୍ୱାଇଁ (୫୪ )ବର୍ଷ କୁ ଗିରଫ କରିଛି । ଚୋରା ଭାଙ୍ଗ ବ୍ୟବସାୟୀ ବସନ୍ତ ସ୍ୱାଇଁ ଙ୍କ ଠାରୁ ୧୦ କେଜି ଭାଙ୍ଗ ଜବତ କରିଛି।ଏହା ସହ ସୋରଣ ମାନସିଂ ପୁର ଗୋପବନ୍ଧୁ ସାହିରେ ଚଢ଼ାଉ କରି ଚୋରା ମଦ ବେପାରୀ ମାଗୁଣି ବେହେରା କୁ ଗିରଫ କରିଛି
ଅବକାରୀ ପୋଲିସ.. ଗିରଫ ମଦ ବେପାରୀ ଠାରୁ ଦେଶୀ ଓ ବିଦେଶୀ ୧୦୩ ଲିଟର ମଦ ଜବତ କରିଛି ଅବକାରୀ ପୋଲିସ।ଏହି ଚଢ଼ାଉ ରେ ବାଲୁଗାଁ ସହକାରୀ ଇନ୍ସପେକ୍ଟର ସୁଜିତ କୁମାର ମୁଦୁଲି ଓ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ASI ସୁଜିତ କୁମାର ନାଗ ନେତୃତ୍ୱ ନେଇଥିଲେ… ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ ।
No Result
View All Result