No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ଜନତା ପାର୍ଟି ବାରବାଟି – କଟକ ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ସମ୍ମିଳନୀ ଦେଉଳ ସାହି ସ୍ଥିତ ମୋନାଲିସା ପ୍ୟାଲେସ ରେ ଅପରାହ୍ନ ଚାରି ଘଟିକାରେ ଅନୁଷ୍ଠିତ ହୋଇଥିଲା। ବିଜେପିର ପୂର୍ବତନ ଜ଼ିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସମ୍ମିଳନୀରେ ରାଜ୍ୟରୁ ମୁଖ୍ୟ ବକ୍ତା ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଓ ଅନ୍ୟତମ ବକ୍ତା ଭାବେ ଶ୍ରୀ ଇନ୍ଦ୍ରମଣି ମଲ୍ଲିକ ଯୋଗଦେଇ ବିଜେପିର ନିର୍ବାଚନୀ ସଫଳତା ତଥା ସଂଗଠନାତ୍ମକ ବିସ୍ତାର,ଭାରତୀୟ ରାଜନୀତିରେ ବିଜେପି ଦ୍ୱାରା ଆସିଥିବା ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ଭାବେ କାର୍ଯ୍ୟକର୍ତାଙ୍କ ସମ୍ମୁଖରେ ରଖିଥିଲେ।
ପ୍ରଧାନମନ୍ତ୍ରୀ ରୂପେ ମାନନୀୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ଦିଗରେ ଏଗାର ବର୍ଷର ଯାତ୍ରା ସମ୍ବନ୍ଧରେ ଶ୍ରୀ ବଡୁ ବିଷଦ ଭାବେ ବିଷୟ ରଖିଥିଲେ। ଜନ ସାଧାରଣଙ୍କ ସେବାରେ ସମର୍ପିତ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଦ୍ୱାରା ବିକଶିତ ଓଡିଶାର ସଂକଳ୍ପ ପାଇଁ ଆମେ ପ୍ରଚାରକ ଏବଂ ମୂଳଦୁଆ ଭଳି କାର୍ଯ୍ୟ କରିବା ଆବଶ୍ୟକ ବୋଲି ବକ୍ତା ମାନେ କହିଥିଲେ।
ଦୁଇଶହ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ପ୍ରମୁଖ ଭାବେ ଶ୍ରୀମତୀ ରଶ୍ମିରେଖା ଦାସ,ବିବେକାନନ୍ଦ ନାୟକ, ବସନ୍ତ ଜେନା,ବୀରେନ୍ଦ୍ର ସାହୁ,ବିଜୟ ଦଳେଇ,ବିଶ୍ୱରଂଜନ ମିଶ୍ର,ସୁବାସ ମହାନ୍ତି,ହରିଚନ୍ଦନ ନାୟକ,ପ୍ରବୀଣା ମହାପାତ୍ର, ମନୋରମା ରାଉତ,ସୁଦୀପ୍ତ ରାଉତରାୟ, ସୁରେଖା ସୁନ୍ଦରୀ ସ୍ୱାଇଁ ,ଚିତ୍ତରଞ୍ଜନ ଦାସ, ନମିତା ମିଶ୍ର,କୁମାର ରାଜମନ୍ୟୁ, ସ୍ମୃତି ରଞ୍ଜନ ମିଶ୍ର,ଲକ୍ଷ୍ମୀଧର ବେହେରା,ସନ୍ଦୀପ ବିଶ୍ୱାଳ, କାମାକ୍ଷା ପ୍ରସାଦ ମିଶ୍ର,ଜୟକୃଷ୍ଣ ସ୍ୱାଇଁ,ମହମଦ ସବୀର,ଉପେନ୍ଦ୍ର ମହାରଣା,
ମିଲନ ରାଉତରାୟ, ତ୍ରିଦୀପ କୁଣ୍ଡୁ,ମନସ୍ବିନୀ ଦୀକ୍ଷିତ, ଦିଲ୍ଲୀପ ସାହୁ,ଦେବାଶିଷ ଦାଶ,ନିରଞ୍ଜନ ବେହେରା, ବିଚିତ୍ର ମାଝୀ, କୃଷ୍ଣଚନ୍ଦ୍ର ମହାପାତ୍ର,ଅନୁପମ ଦାସ, ସତ୍ୟ ଦାସ,ସୁଜାତା ଭରଦ୍ୱାଜ,ମଧୁସ୍ମିତା ଦାଶ, ସଂଯୁକ୍ତା ମିଶ୍ର, ରାଜେଶ ସିଂ, ସମ୍ବିତ ସାମଲ, ନିର୍ମଳା ଆଚାର୍ଯ୍ୟ, ସବିତା ବେହେରା,ସୁଜାତା ମହାନ୍ତି, ଶଙ୍କରାଚାର୍ଯ୍ୟ ଚୌଧୁରୀ,ଅମ୍ବିକା ଦାସ, ରତନ ମହାନ୍ତି, ସ୍ବାଧୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result