No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ପରିସର ମଧ୍ୟରେ ଥିବା ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୌଠକ ଅଧ୍ୟକ୍ଷା ରତ୍ନମାଳା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବ ବୈଠକର ବିବରଣୀ ପଠନ କରାଯାଇ ଦୃଢ଼ୀକରଣ କରାଯାଇଥିଲ । ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ବୈଠକର ବିବରଣୀ ପାଠ କରିଥିଲେ। ଆଜି ବୈଠକରେ ମୁଖ୍ୟତଃ ଦୁଇଟି ବିଲ ଗୋଟିଏ ହେଉଛି ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଏବଂ ଅନ୍ୟଟି ୨୦୨୪-୨୫,୨୦୨୫-୨୬ ଆର୍ଥିକ ବର୍ଷର ବ୍ଲକ ପଂଚାୟତ ବିକାଶ ଯୋଜନା(BPDP) ଉପରେ ଅଲୋଚନା ହେବା ସହ ଅନୁମୋଦନ କରାଯାଇଥିଲା ।

ବୌଠକ ରେ ବ୍ଲକ ଉପାଧ୍ୟକ୍ଷା ମାଳିନୀ ଦଳାଇ , ଜିଲ୍ଲା ପରିଷଦ ସଭ୍ୟ କୈଳlସ ଚନ୍ଦ୍ର ପରିଡା , ବିଡ଼ିଓ ବିଜୟ କୁମାର ବେହେରା ସମେତ ବ୍ଲକର ୨୫ଟି ପଂଚାୟତର ନିର୍ବାଚିତ ପ୍ରତିନିଧି ଏବଂ ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗର ଉର୍ଣ୍ଣୟନ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। କିଛି ବିଭାଗର ଅଧିକାରୀ ଅନୁପସ୍ଥିତ ନଥିବାରୁ ବୈଠକରେ ସଭ୍ୟମାନେ ଉଦବେଗ ପ୍ରକାଶ କରିବା ସହ ହାଟଗୋଳ କରିଥିଲେ। ଯାହାଫଳରେ କିଛି ସମୟ ପାଇଁ ବୈଠକରେ ହୋହଲା ଦେଖିବାକୁ ମିଳିଥିଲା ।

କିଛି ସଭ୍ୟ ୨୦୨୩-୨୪ ବାର୍ଷିକ ହିସାବ ମାଗିବାରୁ ତାର ହିସାବ ପରବର୍ତୀ ସମୟରେ ଆମେ ହିସାବ ଦେବୁ ବୋଲି ବିଡିଓ କହିଥିଲେ। । ଗ୍ରୀଷ୍ମ ପ୍ରବାହ ରେ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଇଲେକ୍ଟ୍ରି ବିଭାଗ ସେଥିପ୍ରତି ଧ୍ୟାନ ନଦେଇ ବାରମ୍ବାର ଲାଇନି କାଟୁଛନ୍ତି । ଏବଂ ଦିନକୁ ଦିନ ଖରା ବଡୁଥିବାରୁ ଆଗକୁ ପାନୀୟ ଜଳ ସଙ୍କଟ ଦେଖା ଦେଉଛି ସେଥି ଲାଗି ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ କରିଥିଲେ । କିନ୍ତୁ ଏଇ ଦୁଇ ବିଭାଗର ଅଧିକାରୀ ମାନେ ବୈଠକରେ ଯୋଗ ନ ଦେଇଥିବାରୁ ନିର୍ବାଚିତ ଅଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ।

ଏହି ଦୁଇ ଯୋଜନାରେ ବିଭିନ୍ନ ପ୍ରକଳ୍ପର ଉନ୍ନତିକରଣ କରିବା ପାଇଁ ଆସିଥିବା ଅର୍ଥକୁ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଲୋକପ୍ରତିନିଧି ମାନଙ୍କୁ ଅଧ୍ୟକ୍ଷା କହିଥିଲେ । ଦୁଇ ବର୍ଷ ମଧ୍ୟରେ ବ୍ଲକ ର ବିଭିନ୍ନ କାରଣରୁ ପଞ୍ଚାୟତ ସମିତି ବୌଠକ ହୋଇପାରୁ ନଥିବା ବେଳେ ଆଜିର ଏହି ବୌଠକ ସଫଳତା ହୋଇଥିବାରୁ ଜଣାପଡିଛି । ଏହି ବୌଠକ ଅନ୍ୟ ଦୁଇ ଜଣ ଜିଲ୍ଲାପରିଷଦ ସଭ୍ୟ ଓ ବିଧାୟିକା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
No Result
View All Result