No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବତନ ମୁଖ୍ୟ ମନ୍ତ୍ରୀ, ଝଡର ଇଗଲ, ପ୍ରବାଦ ପୁରୁଷ, ଇଣ୍ଡୋନେସିଆର ଭୂମି ପୁତ୍ର ସ୍ବର୍ଗତ ବିଜୁପଟ୍ଟନାୟକ ଙ୍କ 28 ତମ ଶ୍ରାଦ୍ଧ ବାର୍ଷିକ ଉଚ୍ଛବ ଗୁରୁବାର ବିରିଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି l ବିରିଡି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ ଙ୍କ ନେତୃତ୍ୱରେ ବ୍ଲକ ର ବାଲିଆ ଗୋପୀନାଥ ପୁର ସ୍ଥିତ ପଞ୍ଚ ମୁଖି ହନୁମାନ ମନ୍ଦିର ନିକଟରେ ଥିବା ପୁଷ୍କରଣୀରେ ସଖାଳୁ ତିଳ ତର୍ପଣ ଓ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା l
ବୟୋଜ୍ୟେଷ୍ଟ ବିଜେଡି ନେତା କାଳନ୍ଦୀ ଚରଣ ବସ୍ତିଆ ତିଳ ତର୍ପଣ କରିଥିଲା ବେଳେ ତାଙ୍କ ସହ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ପୂଜା ଅର୍ଚନାରେ ବସିଥିଲେ l ପରେ ଉପସ୍ଥିତ କର୍ମୀ ମାନେ ସେଠାରୁ ଆସି ବିରିଡି ବିଜୁ ଭବନ ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଭୋଇ ଙ୍କ ସହ ଜିଲ୍ଲା ବିଜେଡି ର ପୂର୍ବତନ ସଭାପତି ରବିନାରାୟଣ ଜେନା, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବରିଷ୍ଠ ନେତା ପବିତ୍ର ପଶାୟତ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ନୃସିଂହ କୁମାର ଦାଶ,
ନେତ୍ରା ନନ୍ଦ ପାତ୍ର, ତୃପ୍ତି ରାୟ, ପ୍ରଦୀପ୍ତ ଭୂୟାଁ, ସରପଞ୍ଚ ସତ୍ୟ ଭାମା ବେହେରା, ଲଷ୍ମୀ ପ୍ରିୟା ଜେନା, ସନ୍ତୋଷ କୁମାର ସେଠୀ, ନିରଞ୍ଜନ ସେଠୀ,ଯୁଧିଷ୍ଠିର ବେହେରା, କାନ୍ହୁ ଚରଣ ବେହେରା,ସମିତି ସଭ୍ୟ ରଶ୍ମି ରଞ୍ଜନ ବେହେରା, ସଭ୍ୟା କଳ୍ପନା ପଶାୟତ, ଅଭୟ ଜେନା, ମୀର ଆଜମୀର ଅଲ୍ଲୀ, ଶିବ ପ୍ରସାଦ ଜେନା, ପିତାମ୍ବର ମହାପାତ୍ର, କେଦାରନାଥ ସାହୁ, ଲିଙ୍ଗରାଜ ଦାସ, ପୁଷ୍ପ ପ୍ରକାଶ ପ୍ରଧାନ, ସୁଦର୍ଶନ ବେହେରା ପ୍ରମୁଖ ବହୁ ବିଜେଡି କର୍ମୀ ଯୋଗ ଦେଇ ସ୍ବର୍ଗତ ବିଜୁ ବାବୁ ଙ୍କ ଆତ୍ମାର ସଦଗତି କାମନା କରିଥିଲେ l
No Result
View All Result