No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଦାରିଙ୍ଗବାଡି ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ନେଇଛନ୍ତି l ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଞ୍ଚଳର ଶିଶୁଙ୍କ ସମେତ ପ୍ରାୟ ୧୫ ଜଣ ଫିରିଙ୍ଗିଆ ବ୍ଲକ କେଲାପଡା ଗ୍ରାମରୁ ମେରୁଯାତ୍ରା ଦେଖି ନିଜ ଅଞ୍ଚଳ ତିଲୋରୀ ଅଭିମୁଖେ ଅଟୋ ନଂ.ଓଡି୧୨ ଡି -୪୯୬୨ ରେ ଆସୁଥିଲେ ।
ତେବେ ଅଟୋରେ ଯାତ୍ରୀଙ୍କ ସଂଖ୍ୟା ଅଧିକା ରହିଥିବା ଓ ନିଶାସକ୍ତ ଅବସ୍ଥାରେ ଚାଳକ ଅଟୋ ଚଳାଉଥିବା ଯାତ୍ରୀ ବନିତା ଦଳବେହେରା, ଶୈଳୀ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଧୀରେ ଗାଡି ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଅଟୋକୁ ଚାଳକ ବେପରୁଆ ଭାବେ ଚଳାଇଥିଲେ। ଫଳରେ ଅଟୋଟି ଦ୍ରୁତଗତିରେ ଆସୁଥିଲା ଭାରସାମ୍ୟ ହରାଇ ଅଟୋଟି ମହାବନ୍ଧ ଓ ମୁଣ୍ଡନାଜୁ ମଧ୍ୟରେ ଏକ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତ ଆହତଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଓ ସେଠାରେ ଚିକିତ୍ସା କରାଯାଉଥିବା ଜଣାପଡିଛି। ଜଣେ ହିଁ ଗୁରୁତର ରହିଥିବା ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଚିକିତ୍ସା କରୁଥିବା ଡାକ୍ତର ସ୍ବାଗତ ସେନାପତି ପ୍ରକାଶ କରିଛନ୍ତି ।
No Result
View All Result