No Result
View All Result
କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭା ଗୃହ ପରିସରରେ ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ସଭାପତି ଡ଼ ମଧୁସୂଦନ ମହାପାତ୍ର ସ୍ଵାଗତ ସମ୍ଭାଷଣ ଜଣାଇଥିଲେ। ଏଥିରେ ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉଦଘାଟକ ରୂପେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ କୌଶିକ ସାହୁ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶାଳବଣ ସାହିତ୍ୟ ସଂସଦର ସୁଦୀର୍ଘ ଇତିହାସ ବଖାଣି ଥିଲେ l
ମୁଖ୍ୟବକ୍ତା ଭାବେ ପ୍ରବଚକ ପଣ୍ଡିତ ଡ଼.ଚନ୍ଦ୍ରଶେଖର ଦାଶ ଯୋଗଦେଇ ଭଞ୍ଜ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚରିତାମୃତ ସଙ୍ଗୀତ ଗାନ କରି ଆଲୋଚନା କରିଥିଲେ। ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । କୁରେଇ ମୁଖପତ୍ର ଉନ୍ମୋଚିତ ପର୍ବରେ ମୁଖ୍ୟ ସମ୍ପାଦକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ବନବାସୀ ସେବା ସମିତିର ଛାତ୍ରୀମାନେ କୈବର୍ତ୍ତ ନାୟକଙ୍କ ନିର୍ଦ୍ଦଶନାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। । ସୁଶାନ୍ତ କୁମାର ମିଶ୍ରଙ୍କୁ ସୀମାଞ୍ଚଳ ମହାରଣା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବଳରାମ ଗୌଡ଼ଙ୍କୁ ଶାଳବଣ ସାହିତ୍ୟ ସମ୍ମାନ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଚନ୍ଦ୍ରଶେଖର ଦାଶଙ୍କୁ କୁରେଇ-୨୦୨୫ରେ ସମ୍ମାନିତ କରାଯାଇଥିଲା।
ସସ୍ମିତା ପଣ୍ଡା ଓ ଦୀପ୍ତିମୟୀ ରଥ ମାନପତ୍ର ପାଠ ସହ କବିତା ସଂଯୋଜନା କରିଥିଲେ। ବିଷୁବ ପଣା ପାନ ସହ କୁମୁଦିନୀ ମହାରଣା, ପ୍ରତାପ ବେହେରା, ରଞ୍ଜିତ ପ୍ରଧାନ, ବିଶ୍ଵେଶ୍ଵର ଆଚାର୍ଯ୍ୟ, ସ୍ୱାଗତିକା ସାହୁ, ଶରତ ଚନ୍ଦ୍ର ମିଶ୍ର, ରଞ୍ଜିତ ପଣ୍ଡା, ବିଶ୍ଵଜିତ ଜେନା ସସ୍ମିତା ସାମନ୍ତ, ପତିତ ପାବନ ରାଉତ, ପ୍ରତ୍ୟୁଷ ରଞ୍ଜନ ଶତପଥୀ, ପ୍ରହ୍ଲାଦପ୍ରସାଦ ଲେଙ୍କା, ଜୟହର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ସ୍ବରଚିତ କବିତା ପଠନ କରିଥିଲେ। ପତିତପାବନ ରାଉତଙ୍କ ନାଟକ “ଶୁଣ ସରକାର” ଓ କୈଳାସ ଚନ୍ଦ୍ର ବେହେରାଙ୍କ “ଗୁରୁଦକ୍ଷିଣା” ପୁସ୍ତକକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ।ଶେଷରେ ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result