• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଧପନ୍ତରିଆ ଅବସ୍ଥାରେ ରହିଛି ଦୁଇଟି ପୋଲ : ସାତଟି ପଞ୍ଚାୟତ ବାସୀ ହନ୍ତସନ୍ତ – ତୁରନ୍ତ ମରାମତି ପାଇଁ ଦାବୀ

Proprietor Abhimanyu Maharana by Proprietor Abhimanyu Maharana
April 16, 2025
in ଓଡ଼ିଶା, କନ୍ଧମାଳ, ହୋମ୍
0
ଅଧପନ୍ତରିଆ ଅବସ୍ଥାରେ ରହିଛି ଦୁଇଟି ପୋଲ : ସାତଟି ପଞ୍ଚାୟତ ବାସୀ ହନ୍ତସନ୍ତ – ତୁରନ୍ତ ମରାମତି ପାଇଁ ଦାବୀ
Share on FacebookShare on TwitterWhatsapp

ବାଲିଗୁଡା  (ଓଡ଼ିଶା ତାଜା ନ୍ୟୁଜ୍) :-  ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତା ହୋଇଗଲେ ଗାଁ ମାନଙ୍କରେ ସବୁ ସୁବିଧା ପହଁଚିପାରିବ । କିନ୍ତୁ ସରକାର ରାସ୍ତା ନିମନ୍ତେ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଅଧପନ୍ତରିଆ ହୋଇରହୁଛି ରାସ୍ତା । ଯାହାକି ଲୋକେ ରାସ୍ତା ହେବ ଖୁସି ହୋଇଥିବା ବେଳେ ଅଧପନ୍ତରିଆ ହୋଇ ରହିବା କାରଣ ରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ଏକ ରାସ୍ତା ଦେଖିବାକୁ ମିଳିଛି ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କୁଟିଗୁଡା ଠାରୁ ସୁବର୍ଣ୍ଣଗିରୀ ଅଂଚଳରେ ଦୁଇଟି ପୋଲ ଅଧପନ୍ତରିଆ ହୋଇରହିଛି । ଏହି ପୋଲ ପାଂଚ ବର୍ଷ ପୁର୍ବରୁ କାମ ଆରମ୍ଭ ହୋଇଥିଲା । କିନ୍ତୁ କାମ ସରିନି କାମଟି ଅଧପନ୍ତରିଆ ହୋଇରହିଛି ।

ଗୋଟିଏ ପୋଲ ସୁବର୍ଣ୍ଣଗିରୀ ସାହି ଛକ ଠାରେ ଥିବା ବେଳେ ଅନ୍ୟଟି କୁଟିଗୁଡା-ସୁବର୍ଣ୍ଣଗିରୀ ମଧ୍ୟରେ ରହିଛି । ଦୁଇଟି ପୋଲ ରାସ୍ତା ମଝିରେ ହେଉଥିଲା ଏଣୁ ଗାଁ ଲୋକଙ୍କୁ ଯିବା ପାଇଁ ପୋଲ କଡରେ ଆପ୍ରୋଚରୋଡ କରାଯାଇଥିଲା l ଯାହାକି ତାହା ଧୋଇହୋଇ ରାସ୍ତା ଅବସ୍ଥାରେ ନାହିଁ । ପୋଲ କଡରେ ଲୁହାଛଡ ପଡିରହିଛି । ଏହି ରାସ୍ତା ଆରପାଖରେ ସାତଗୋଟି ପଂଚାୟତ ରହିଛି, ପାରିଗଡ,ସାର୍ତୁଲ,ପକାରୀ, ରାଣିପାଙ୍ଗା, ପାଲିଙ୍ଗା ସୁବର୍ଣ୍ଣଗିରୀ । ଏହି ସାତଟି ପଂଚାୟତ ର ଅନେକ ଗ୍ରାମଲୋକେ ବର୍ତମାନ ଏହି ରାସ୍ତାଦେଇ ଯାତାୟତ ଭଲରେ କରିପାରୁନାହାନ୍ତି ଓ ଅନେକ ସମୟରେ ଦୁର୍ଘଟଣା ଏବଂ ରାସ୍ତାରୁ ପଡି ଆହାତ ହେଉଛନ୍ତି । ଏହି ପୋଲ ଦୁଇଟି କାମ ଶିଘ୍ର ସାରିବାକୁ ଅଂଚଳବାସି ଦାବି କଲେ ମଧ୍ୟ ଅଂଚଳବାସୀଙ୍କ କଥାକୁ କିଏ ଶୁଣୁନାହାନ୍ତି l

ଯାହା ଫଳରେ ଅଂଚଳ ବାସି ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସୁଚନା ଯୋଗ୍ୟ ଯେ ଏହି ଦୁଇଟି ପୋଲ ବାଲିଗୁଡା ପୁର୍ତ ବିଭାଗ ଦ୍ୱାରା କରାଯାଉଥିଲା । ଏଥି ନିମନ୍ତେ ଟେଣ୍ଡର ପକ୍ରିୟା ହୋଇଥିଲା ଦୁଇଟି ପୋଲ ମଧୂରୁ ଗୋଟିଏ ଦୁଇକୋଟି ଅଟକଳ ମୁଲ୍ୟ ଥିବା ବେଳେ ଆଉ ଗୋଟିଏର ଅଟକଳ ମୁଲ୍ୟ ୫କୋଟି ରହିଥିଲା । ଠିକାଦାର କାହିଁକି ଅଧପନ୍ତରିଆ କରି କାମ ଛାଡିଦେଲେ ତାହା ବର୍ତମାନ ପ୍ରଶ୍ନବାଚୀ ଶୃଷ୍ଟି କରିଛି । ଏହି ବାବଦରେ ପୁର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ଯେ, ଉକ୍ତ କାମଟି ପିଟିସନ ହୋଇଛି ଏବଂ ପୁର୍ନବାର ଆଉଥରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ବୋଲି କହିଛନ୍ତି । କିନ୍ତୁ କେବେ ଟେଣ୍ଡର ହେବ ଓ ଲୋକେ କେବେ ଏହି ପୋଲର ସୁବିଧା ପାଇବେ ତାହା ପ୍ରଶ୍ନବାଚି ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଏହି ଅଧପନ୍ତରିଆ ପୋଲ ପ୍ରତି ଦୃଷ୍ଟିଦେଇ ପୋଲ କାମ ଟି ଶିଘ୍ର ଆରମ୍ଭ କରି ସାରିବାକୁ ଅଂଚଳ ବାସୀଙ୍କୁ ସୁବିଧା ଦେବାକୁ ଦାବୀ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

August 3, 2026
ଜ୍ଞାନ ବିଜ୍ଞାନ ମେଳା

ଜ୍ଞାନ ବିଜ୍ଞାନ ମେଳା

August 3, 2026
ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ

ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ

August 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ

August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ

August 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version