No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମ ହେଉଛି ସଂସ୍କୃତି ଓ ଭାଇଚାରା ଗ୍ରାମ । ଏହି ଗ୍ରାମରେ ଇଷ୍ଟଦେବ ବାବା ବାଲୁଙ୍କେଶ୍ୱର , ପରମ ବୈଷ୍ଣବୀ ମା’ ହାଡ଼ବାଇ , ମା’ ଦୁଲାଦେଈ , ମା’ ପନ୍ଥେଇ , ମା’ ସୁନାଦେଈ, ମା,ଗେଲେଇ , ପ୍ରଭୁ ନୀଳମାଧବ ବିରାଜମାନ କରିଛନ୍ତି । ଏଥିପାଇଁ ନୂଆଗଡ଼ ଗ୍ରାମ ଏକ ସଂସ୍କୃତି ପୂର୍ଣ୍ଣ ଗ୍ରାମ ଭାବରେ ପରିଚିତ । ଏହି ଗ୍ରାମର ଇଷ୍ଟଦେବୀ ମା’ ହାଡ଼ବାଇଙ୍କ ଯାତ୍ରା ୧୯୩୩ ମସିହାରୁ କରାଯାଇ ଆସୁଛି । ପଣା ସଂକ୍ରାନ୍ତି ଠାରୁ ଓଡିଆ ନବବର୍ଷ ଆରମ୍ଭ ହୋଇଥାଏ ।
ଏହି ଓଡିଆ ନବ ବର୍ଷରେ ମା’ ହାଡ଼ବାଇଙ୍କ ଯାତ୍ରା ମହୋତ୍ସବ ହେଉଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଭାଇଚାରାକୁ ସୁଦୃଢ କରି ରଖିବା ପାଇଁ ଯାତ୍ରା ମହୋତ୍ସବରେ ବିଭିନ୍ନ ବର୍ଗର ଲୋକଙ୍କୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିବା ସହିତ ଶିକ୍ଷାର ବିକାଶ ପାଇଁ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମାନପତ୍ର ସହିତ ଅର୍ଥରାଶି ପ୍ରଦାନ କରୁଥିବାରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭଲ ପାଠ ପଢିବାର ବାଟ ଦେଖାଇ ପାରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର ମତବ୍ୟକ୍ତ କରିଥିଲେ ।
ମା’ ହାଡ଼ବାଇ ଯାତ୍ରା ମହୋତ୍ସବର ତୃତୀୟ ଦିବସ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତି ପଟ୍ଟନାୟକ ମୁଖ୍ୟ ଅତିଥି , କଟକ ନଗର ବିଜେପି ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତି , ବିଜେପି ଗୋପାଳପୁର ମଣ୍ଡଳର ସଭାପତି ନିହାର ରଞନ ପଣ୍ଡା , ୫୮ ନମ୍ବର ୱ।ର୍ଡ଼ର ବିଜେପି ସଭାପତି ରାଜେନ୍ଦ୍ର ପାତ୍ର , ଯାତ୍ରା କମିଟିର ଚେୟାରମ୍ୟାନ ଶିଶିର ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ପିଲାମାନଙ୍କ ଭିତରେ ଲୁଚି ରହିଥିବା କଳାକୁ ନୃତ୍ୟ ମାଧ୍ୟମରେ ପରିବ ଲୁଚିରହିଥିବା ମଞ୍ଚରେ ପ୍ରତିଭା ଥିବ ପିଲାମାନେ ସେମାନଙ୍କ ଭିତରେ ଲୁଚି ରହିଥିବା କଳାକୁ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଲୋକଙ୍କ ସମୁଖରେ ସେମାନଙ୍କର କଳାକୁ ପ୍ରଦର୍ଶନ କରିଥିଲେ । ଅତିଥି ମାନେ ପିଲାମାନଙ୍କୁ ନଗଦ ଅର୍ଥ ମାନପତ୍ର ବିତରଣ କରିଥିଲେ । ଶେଷରେ ଗ୍ରାମ୍ୟ କମିଟିର ସଂପାଦକ ସନ୍ତୋଷ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ । ଏଥିରେ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ଏବଂ ଯୁବକ ମାନେ ସହଯୋଗ କରିଥିଲେ ।

No Result
View All Result